
ଜଣେ ଅବସରପ୍ରାପ୍ତ ପୋସ୍ଟମ୍ୟାନ୍ ଏବ˚ ଗୋଟିଏ ରାଜହ˚ସ ମଧ୍ୟରେ ପ୍ରାୟ ଚାରି ଦଶନ୍ଧିର ବିରଳ ବନ୍ଧୁତା ଆଜିକାଲି ଏକାଧିକ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ। ମଣିଷ ଜଣକ ହେଲେ ଟର୍କିର ଏଦିର୍ନ୍ ପ୍ରଦେଶର ରେସିପ ମିର୍ଜାନ। ୧୯୮୪ରେ ସେ ଏକ ଆହତ ରାଜହ˚ସ ସ˚ସ୍ପର୍ଶରେ ଆସିଥିଲେ। ଏକ ଖେତ ମଝିରେ ରାଜହ˚ସଟି ପଡ଼ିଥିଲା; ଯନ୍ତ୍ରଣାରେ ଛଟପଟ ହେଉଥିଲା। ତାହାର ଗୋଟିଏ ଡେଣା ଭାଙ୍ଗିଯାଇଥିଲା। ମିର୍ଜାନଙ୍କର ହୃଦ୍ବୋଧ ହେଲା ଯେ, ତାହାକୁ ଖେତ ମଝିରେ ଛାଡ଼ିବାର ଅର୍ଥ, ପକ୍ଷୀଟିର ନିଶ୍ଚିତ ମୃତ୍ୟୁ। ତେଣୁ, ସେ କୌଣସି ପ୍ରକାରେ ଘରକୁ ଆଣି, ଚିକିତ୍ସା ଆରମ୍ଭ କଲେ। କିଛି ଦିନ ପରେ ରାଜହ˚ସର ଡେଣା ଠିକ୍ ହୋଇଗଲା। ତେବେ, ସେଇଟି ଆଉ ଉଡ଼ିଗଲାନାହିଁ। ମିର୍ଜାନଙ୍କ ଚାଷ-ଘରେ(ଫାର୍ମ୍ ହାଉସ୍) ହିଁ ରହିଲା। ମିର୍ଜାନ ପକ୍ଷୀଟିକୁ ‘ଜେରିପ୍’ ନାମ ଦେଇଛନ୍ତି। ଦିନସାରା ଜେରିପ୍, ମିର୍ଜାନଙ୍କ ପାଖେପାଖେ ଥାଏ ଏବ˚ ସନ୍ଧ୍ୟା ହେଲେ ନିଜେ ବନାଇଥିବା ନୀଡ଼କୁ ଚାଲିଯାଏ।
The post ସତତିରିଶ ବର୍ଷର ବିରଳ ବନ୍ଧୁତା first appeared on Sambad.
from ବିଶେଷ – Sambad https://ift.tt/3qnSAHN
0 Comments