
ଲକ୍ଷ୍ନୌ: ପୂର୍ବରୁ ହୋଟେଲ୍, ମଲ୍ ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟ ସଂପାଦନା କରିବା ପାଇଁ ରୋବର୍ଟ ବାହାର କରାଯାଇଥିବାର ଖବର ଆପଣଙ୍କ ପାଖରେ ଥିବ ନିଶ୍ଚୟ। ହେଲେ କେବେ କୌଣସି ଦିବ୍ୟାଙ୍ଗ ପଶୁଙ୍କ ପାଇଁ ରୋବର୍ଟ ବାହାରିବା କଥା ଆପଣ ଶୁଣିନଥିବେ କେବେ। ଲକ୍ଷ୍ନୌର ଏକ ଦିବ୍ୟାଙ୍ଗ କୁକୁର ଏପରି ଜଣେ ଭାଗ୍ୟବାନ, ଯାହାର ଦେଖାଶୁଣା କରିବାକୁ ତା’ ମାଲିକ ଏକ ରୋବର୍ଟ ତିଆରି କରିଛନ୍ତି।
କୁକୁରଟିକୁ ଲକ୍ଡାଉନ୍ ସମୟରେ ମିଲିନ୍ଦ ରାଜ ନାମକ ଜଣେ ରୋବର୍ଟ କାରିଗର ପ୍ରଥମେ ଉଦ୍ଧାର କରିିଥିଲେ। ପୂର୍ବରୁ କୁକୁରଟି ଲୋକଙ୍କଠାରୁ ମାଡ଼ ଖାଇ ନିଜର ଦୃଷ୍ଟି ଓ ଶ୍ରବଣ ଶକ୍ତି ହରାଇ ବସିଥିଲା। ସେବେଠାରୁ କୁକୁରଟିର ମନରେ ଏକ ଭୟ ଆସି ଯାଇଥିଲା। ଯେ ରାଜ୍ଙ୍କ ବ୍ୟତୀତ ଅନ୍ୟ ଯେକୌଣସି ଲୋକଙ୍କୁ ଦେଖିଲେ ଭୟ କରୁଥିଲା।
ସେ ରାଜ୍ର ଅନୁପସ୍ଥିତରେ ଆଉ କାହାକୁ ନିଜ ପାଖକୁ ଆସିବାକୁ ନଦେଉଥିବାରୁ ରାଜ୍ ନିଜ ଅନୁପସ୍ଥିିତରେ ତାଙ୍କ କୁକୁରର ଯତ୍ନ ନେବାକୁ ଏକ ରୋବର୍ଟ ତିଆରିଥିବା ଜାଣିବାକୁ ମିଳିଛି। ରୋବର୍ଟଟି ରାଜ୍ଙ୍କ ଅନୁପସ୍ଥିତରେ କୁକୁରକୁ ଖୁଆଇବ, ପିଆଇବ ବୋଲି ରାଜ୍ ପ୍ରକାଶ କରିଛନ୍ତି।
ଗଣମାଧ୍ୟମରେ ନିଜର ମତ ରଖି ମିଲିନ୍ଦ ରାଜ୍ କୁହନ୍ତି, ‘କୋଭିଡ୍-୧୯ ସମୟରେ ମୁଁ କୁକୁରଟିକୁ ପାଇଲି। ମୁଁ ତାକୁ ତା’ପରେ ପଶୁ ଡାକ୍ତରଙ୍କ ପାଖକୁ ନେଇଗଲି। ସେଠାରୁ କୁକୁରଟିର ଅବସ୍ଥା ବିଷୟରେ ଅବଗତ ହେଲି। ସେହି କାରଣରୁ ମୁଁ ଏକ ରୋବର୍ଟ ବାହାର କଲି, ଯିଏକି ମୋ ଅନୁପସ୍ଥିତରେ କୁକୁରକୁ ଖୁଆଇବ, ପିଆଇବ ଓ ଦେଖାଶୁଣା କରିବ।’
The post କୁକୁରର ଦେଖାଶୁଣା କରିବ ରୋବର୍ଟ; ମାଲିକର ଅନୁପସ୍ଥିତରେ ଖୁଆଇବ, ପିଆଇବ first appeared on Sambad.
from ବିଶେଷ – Sambad https://ift.tt/3s3MSv7
0 Comments