ଚଳନ୍ତା ଟ୍ରେନ୍‌ ତଳେ ଶୋଇ ରହି ଏପରି ଭାବେ ନିଜ ଜୀବନ ବଞ୍ଚାଇ ଚର୍ଚ୍ଚା ପାଲଟିଲେ ମହିଳା

ଚଣ୍ଡିଗଡ଼: ହରିଆଣାରେ ଦେଖିବାକୁ ମିିଳିଛି ଏକ ଭୟାନକ ଭିଡିଓ। ଏକ ଚଳନ୍ତା ଟ୍ରେନ୍‌ ତଳୁ ସୁରକ୍ଷିତ ଭାବେ ନିଜ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି ଜ‌ଣେ ମଧ୍ୟବୟସ୍କା ମହିଳା। ସେହି ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି କି ମହିଳା ଜଣକ ଚଳନ୍ତା ଟ୍ରେନ୍‌ ତଳେ ଚୁପ୍‌ ହୋଇ ପଡ଼ି ରହିଛନ୍ତି। ଟ୍ରେନ୍‌ଟି ତାଙ୍କ ଉପର ଦେଇ ଗତି କରି ଯାଇସାରିବା ପରେ ସେ ଝାଡ଼ି ଝୁଡ଼ି ହୋଇ ଉଠି ବସୁଛନ୍ତି।

ଜାଣିବାକୁ ମିଳିଛି ଯେ ଟ୍ରେନ୍‌ଟି ରେଳ ଧାରଣାରେ ଛିଡ଼ା ହୋଇ ରହିଥିଲା। ଏହି କାରଣରୁ ମହିଳା ଭାବିଥିଲେ ବି ସେ ଟ୍ରେନ୍‌ ତଳ ଦେଇ ସେପାଖକୁ ପଳାଇବେ। ମାତ୍ର ସେ ଯିବାକୁ ଉଦ୍ୟମ କରି ଟ୍ରେନ୍‌ ତଳେ ପଶୁ ପଶୁ ସେହି ସମୟରେ ଟ୍ରେନ୍‌ଟି ହଠାତ ଚାଲିବା ଆରମ୍ଭ କରିଥିଲା। ମହିଳା ଜଣକ ଆଉ କିଛି ଉପାୟ ନପାଇ ଯାକିଯୁକି ହୋଇ ସେହି ରେଳ ଧାରଣାରେ ନିଜକୁ ପକାଇ ରଖିଥିଲେ। ସୌଭାଗ୍ୟକୁ ମହିଳାଙ୍କ ଜୀବନ ବଞ୍ଚିଯାଇଛି ଓ ମହିଳା ଜଣକ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ମହିଳା ଜଣକ ମୁହଁକୁ ତଳକୁ କରି ରେଳ ଧାରଣା ଉପରେ ପଡ଼ି ରହିଥିଲେ। ସେଠାରେ ଥିବା ଲୋକମାନେ ମହିଳାଙ୍କୁ ଟ୍ରେନ୍‌ ତଳେ ସେହିପରି ପଡ଼ି ରହିବାକୁ ପରାମର୍ଶ ଦେଇଥିଲେ। ଟ୍ରେନ୍‌ଟି ଚାଲିଯିବା ପରେ ସେଠାରେ ଉପସ୍ଥିତ ଲୋକେ ମହିଳାଙ୍କୁ ରେଳଧାରଣା ଉପରୁ ଉଠିବାରେ ସାହଯ୍ୟ କରିଥିବାର ଦେଖିବାକୁ ମିଳିଥିଲା।

The post ଚଳନ୍ତା ଟ୍ରେନ୍‌ ତଳେ ଶୋଇ ରହି ଏପରି ଭାବେ ନିଜ ଜୀବନ ବଞ୍ଚାଇ ଚର୍ଚ୍ଚା ପାଲଟିଲେ ମହିଳା first appeared on Sambad.



from ବିଶେଷ – Sambad https://ift.tt/3dkWUnC

Post a Comment

0 Comments