ଫଟୋଟିରେ ଜଣେ ବ୍ୟକ୍ତି ହସ୍ପିଟାଲ୍‌ ବେଡ୍‌ରେ ଶୋଇଛନ୍ତି ବୋଲି ଭାବୁଛନ୍ତି ନା? ସତ ଜାଣିଲେ ଆପଣ ବିଶ୍ବାସ କରିବେ ନାହିଁ!

ନୂଆଦିଲ୍ଳୀ: ଫଟୋଟି ଦେଖି ଆପଣ କ’ଣ ଭାବୁଛନ୍ତି ? ଭାବୁଛନ୍ତି ନା ଜଣେ ବ୍ୟକ୍ତି ହସ୍ପିଟାଲ୍‌ ବେଡ୍‌ରେ ଶୋଇଛନ୍ତି ବୋଲି ? ଆପଣ ଭୁଲ୍‌ ଭାବୁଛନ୍ତି। ବାସ୍ତବରେ ଇଏ କୋଉ ମଣିଷ ନୁହନ୍ତି। ଏହା ଏକ କେକ୍‌, ଯାହା ଅବିକଳ ମଣିଷ ପରି ଦିଶୁଛି। ହରର୍‌ ଫର୍ କିଡ୍‌ସ ନାମକ ଏକ ଟିଟ୍ବର୍‌ ଆକାଉଣ୍ଟ୍‌ରେ ଏହି ଫଟୋଟିକୁ ସେୟାର୍‌ କରାଯାଇଛି, ଯାହା ଅନେକଙ୍କ ମନରେ ମଣିଷ ବୋଲି ଦ୍ବନ୍ଦ୍ବ ଉପୁଯାଇଛି।

ଏହି ଟୁଇଟରେ ସମୁଦାୟ ୪ଟି ଫଟୋ ସେୟାର୍‌ କରାଯାଇଛି। ପ୍ରଥମ ଫଟୋରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ବେଡ୍‌ ଉପରେ ଶୋଇ ରହି କ୍ୟାମେରାକୁ ମୁହଁ କରି ହସୁଛନ୍ତି। ପରବର୍ତ୍ତୀ ଫ‌ଟୋଗୁଡ଼ିକରେ କେକ୍‌ କଟା ଯାଇଥିବା ସ୍ପଷ୍ଟ  ‌ଦେଖିବାକୁ ମିଳିଛି।

ଫଟୋଟି ଜୀବନ୍ତ ଦିଶିବାର କାରଣ ହେଉଛି କଡ଼ରେ ଏକ ଟେବୁଲ୍‌ ରହିଛି, ଯାହା ଉପ‌ରେ ଏକ ଟେବୁଲ୍‌ ଲ୍ୟାମ୍ପ ରହିଛି। ପଛପଟେ ନୀଳ ଓ ଧଳା ବେଲୁନ୍‌ ବି ଦେଖିବାକୁ ମିଳିିଛି।

କେକ୍‌ଟି ଭ୍ୟାନିଲା ଓ ଚକୋଲେଟ୍‌ ଫ୍ଲେବରରେ ତିଆରି ହୋଇଛି। ଏହାକୁ ବ୍ରିଟେନର ଜଣେ ବେକର ପ୍ରସ୍ତୁତ  କରିଛନ୍ତି। ବହୁ ପୁରସ୍କାର ବିଜେତା  ଏହି ବେକର କେକ୍‌କୁ ତିଆରି କରି ଗତ ସେପ୍ଟେମ୍ବରରେ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟ୍‌ରେ ସେୟାର୍‌ କରିଥିଲେ। ତା’ପରେ ଫଟୋଟି ଭାଇରାଲ୍‌ ହେବାରେ ଲାଗିଥିଲା। ଏହି କେକ୍‌ଟିକୁ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଅବିଶ୍ବାସ କରିବା ଆରମ୍ଭ କରିଛନ୍ତି।

The post ଫଟୋଟିରେ ଜଣେ ବ୍ୟକ୍ତି ହସ୍ପିଟାଲ୍‌ ବେଡ୍‌ରେ ଶୋଇଛନ୍ତି ବୋଲି ଭାବୁଛନ୍ତି ନା? ସତ ଜାଣିଲେ ଆପଣ ବିଶ୍ବାସ କରିବେ ନାହିଁ! first appeared on Sambad.



from ବିଶେଷ – Sambad https://ift.tt/3beqAjH

Post a Comment

0 Comments