କଙ୍କାଳ ଫୁଲ!

ଏପ୍ରିଲ୍‌-ମେ ମାସରେ ଜାପାନର ଶୀତଳ ପାହାଡ଼ିଆ ଇଲାକାରେ ଏକ ପ୍ରଜାତିର ଜଙ୍ଗଲୀ ଫୁଲ ଫୁଟେ। ଫୁଲର ରଙ୍ଗ ଧଳା। ହଠାତ୍‌ ଦେଖିଲେ, ସେ ଭଳି କୌଣସି ବିଶେଷତ୍ବ ଆଖିରେ ପଡ଼େନାହିଁ। ତେବେ, ଏହାର ମୁଖ୍ୟ ବିଶେଷତ୍ବ ହେଉଛି, ଜଳ ସ˚ସ୍ପର୍ଶରେ ଆସିଲେ, ଏହା ରଙ୍ଗ ହରାଏ। ଏହାର ପ୍ରାକୃତିକ ଧଳା ରଙ୍ଗ ଚାଲିଯାଏ ଏବ˚ ଅର୍ଦ୍ଧ-ସ୍ବଚ୍ଛ ଦିଶେ। ବର୍ଷା ପଡ଼ିଲେ ରଙ୍ଗ ହରାଉଥିବା ଏହି ଫୁଲର ନାମ ‘କଙ୍କାଳ ଫୁଲ’। କାରଣ, ରଙ୍ଗ ହରାଇବା ପରେ କେବଳ ଏହାର ପାଖୁଡ଼ାରେ ଥିବା ଶିରାଗୁଡ଼ିକ ଦିଶିଥାଏ। ବର୍ଷା ବନ୍ଦ ହୋଇଯିବା ପରେ, ପବନ ବାଜି ଶୁଖିଗଲେ, ମୂଳ ଧଳା ରଙ୍ଗ ଫେରିପାଏ। ର˚ଜକ ସହ ଏହି ପରିବର୍ତ୍ତନର କୌଣସି ସ˚ପର୍କ ନାହିଁ। କୋଷଗୁଡ଼ିକ ମଧ୍ୟରେ ଅଧିକ ବ୍ୟବଧାନ, ଏହାର କାରଣ ବୋଲି ଉଦ୍ଭିଦ ବିଜ୍ଞାନୀଙ୍କ ମତ।

The post କଙ୍କାଳ ଫୁଲ! first appeared on Sambad.



from ବିଶେଷ – Sambad https://ift.tt/3dLWhnk

Post a Comment

0 Comments