ଅର୍ଥ ଅଭାବରୁ ସଡ଼କରେ ରାମ୍ପ ୱାକ୍ ଅଭ୍ୟାସ କରି ‘ଫେମିନା ମିସ ଇଣ୍ଡିଆ-୨୦୨୦’ର ଯାତ୍ରା ଶେଷ କରିଛନ୍ତି ରିକ୍ସା ଚାଳକଙ୍କ ଝିଅ

ନୂଆଦିଲ୍ଲୀ: ଚଳିତ ଥର ‘ଫେମିନା ମିସ ଇଣ୍ଡିଆ’ ଏକ ସ୍ବତନ୍ତ୍ର କାରଣ ପାଇଁ ଚର୍ଚ୍ଚାରେ ରହିଛି। ନିକଟରେ ‌ଫେମିନା ମିସ ଇଣ୍ଡିଆ-୨୦୨୦ର ଫଳାଫଳ ସାମ୍ନାକୁ ଆସିଛି। ତେଲେଙ୍ଗାନାର ମାନସା ବାରାଣସୀ ଭିଏଲସିସି ମିସ୍ ଇଣ୍ଡିଆ -୨୦୨୦ ମୁକୁଟ ଜିତିଛନ୍ତି।

ସେହିପରି ଉତ୍ତର ପ୍ରଦେଶର ମାନ୍ୟା ସିଂହ ପ୍ରଥମ ରନର୍ସ ଅପ୍ ଓ ମନିକା ଶୌକନ୍ଦ ଦ୍ୱିତୀୟ ରନର୍ସ-ଅପ ହୋଇଛନ୍ତି। ଏଥିରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କ ତୁଳନାରେ ମାନ୍ୟା ସିଂହଙ୍କ ଜୀବନ କାହାଣୀ ଭିନ୍ନ ରହିଛି। ତାଙ୍କୁ ଏହି ସଫଳତା ହାସଲ କରିବାକୁ ଅନେକ ସଂଘର୍ଷ ଦେଇ ଗତି କରିବାକୁ ପଡ଼ିଛି।

ଆସନ୍ତୁ ଜାଣିବା ‘ଫେମିନା ମିସ ଇଣ୍ଡିଆ’ର ପ୍ରଥମ ରନର୍ସ ଅଫ ହୋଇଥିବା ମାନ୍ୟା ସିଂହଙ୍କ ଜୀବନ ସଂଘର୍ଷ ବିଷୟରେ….

Image result for rickshaw-driver-daughter-manya-singh-wins-runners-up-crown

ମାନ୍ୟା ସିଂହଙ୍କ ପିତା ହେଉଛନ୍ତି ଜଣେ ରିକ୍ସା ଚାଳକ। ମିସ୍ ଇଣ୍ଡିଆ ମଞ୍ଚ ଯାଏଁ ପହଞ୍ଚିବା ପାଇଁ ମାନ୍ୟାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ରିକ୍ସା ଚାଳକଙ୍କ ଝିଅ ହୋଇଥିବାରୁ ପିଲାଟି ବେଳରୁ କାମ କରିବାକୁ ପଡ଼ିଥିବାରୁ ତାଙ୍କୁ ସ୍କୁଲ ଯିବାକୁ କେବେ ମଉକା ମିଳି ନ ଥିବା ମାନ୍ୟା କହିଛନ୍ତି।

ମାନ୍ୟା କହନ୍ତି, ‘ପରିବାରର ଆର୍ଥିକ ଅବସ୍ଥା ଏତେ ଖରାପ ଥିଲା କି ମୋ ଡିଗ୍ରି ପରୀକ୍ଷା ଫିସ ଦେବା ପାଇଁ ବାପା-ମା’ ଗହଣା ବନ୍ଧା ପକାଇଥିଲେ। ମୋ ବାପା-ମା’ ବି ମୋ ପାଇଁ ବହୁତ କଷ୍ଟ ସହିଛନ୍ତି। ୧୪ ବର୍ଷ ବୟସରେ ମୁଁ ଘରୁ ପଳାଇ ଆସିଥିଲି। ସକାଳେ ପଢ଼ୁଥିଲି ଓ ସନ୍ଧ୍ୟାରେ ଲୋକଙ୍କ ଘରେ ବାସନ ମାଜୁଥିଲି। ପୁଣି ରାତିରେ କଲ ସେଣ୍ଟରରେ କାମ କରୁଥିଲି। ରିକ୍ସା ଭଡା ବଞ୍ଚାଇବାକୁ ମୁଁ ଘଣ୍ଟା ଘଣ୍ଟା ଧରି ମାଇଲ ମାଇଲ ବାଟ ଚାଲୁଥିଲି। ‌ଶେଷରେ ଆଜି ମୋ ସ୍ବପ୍ନକୁ ପୂରା କରି ପାରିଛି।’

The post ଅର୍ଥ ଅଭାବରୁ ସଡ଼କରେ ରାମ୍ପ ୱାକ୍ ଅଭ୍ୟାସ କରି ‘ଫେମିନା ମିସ ଇଣ୍ଡିଆ-୨୦୨୦’ର ଯାତ୍ରା ଶେଷ କରିଛନ୍ତି ରିକ୍ସା ଚାଳକଙ୍କ ଝିଅ first appeared on Sambad.



from ବିଶେଷ – Sambad https://ift.tt/3rKm4QA

Post a Comment

0 Comments