ବିରଳ ରୋଗରେ ପୀଡ଼ିତ ୫ମାସର ଶିଶୁ ପାଇଁ ୬କୋଟି ଟଙ୍କାର ଜିଏସଟି ଛାଡ଼ କଲେ ପ୍ରଧାନମନ୍ତ୍ରୀ

ମୁମ୍ୱାଇ: ପୁଣି ଥରେ ମହାନତା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୫ମାସର ଶିଶୁ ପାଇଁ ୬କୋଟି ଟଙ୍କାର ଜିଏସଟି ଛାଡ଼ କରି ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ବିରଳ ଜେନେଟିକ୍ ରୋଗରେ ପୀଡ଼ିତ ଥବା ମୁମ୍ବାଇର ଟେରା କାମତଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ୬କୋଟି ଟଙ୍କାର ଜିଏସଟି ଛାଡ଼ କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଟେରାଙ୍କ ଚିକିତ୍ସା ପାଇଁ ଆମେରିକାରୁୁ ୧୬କୋଟି ଟଙ୍କାର ଔଷଧ ଆସିିବାର ଥିଲା। ପାଖରେ ଟଙ୍କା ନ ଥିବାରୁ ଟେରାଙ୍କ ମାତା-ପିତା ଲୋକଙ୍କଠାରୁ ସାହାଯ୍ୟ ମାଗି ୧୬କୋଟି ଟଙ୍କା ସଂଗ୍ରହ କରିଥିଲେ। ହେଲେ ଆମେରିକାରୁୁ ୧୬କୋଟି ଟଙ୍କାର ଔଷଧ ଆଣିବା ପାଇଁ ୬କୋଟି ଟଙ୍କାର ଜିଏସଟି ଲାଗୁଥିବାରୁ ଟେରାଙ୍କ ମାତା-ପିତା ପ୍ରଧାନମନ୍ତ୍ରୀଙ୍କୁ ଜିଏସଟି ଛାଡ଼ କରିବା ପାଇଁ ନିବେଦନ କରିଥିଲେ। ଏହା ସହ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସବୁୁ ପ୍ରକାରର କର ଛାଡ଼ କରିବା ପାଇଁ ଚିଠି ଲେଖିଥିଲେ।

Image result for Modi govt waives off Rs 6 crore tax for importing life-saving medicines for 5-month-old Teera
New Indian Express

ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟାରେ କହିଥିଲେ ଯେ, ଆମଦାନି ହେବାକୁ ଥିବା ଜୀବନ ରକ୍ଷାକାରୀ ଔଷଧ ପାଇଁ ଥିବା ସମସ୍ତ ୬କୋଟି ଟଙ୍କାର ଜିଏସଟି ଟେରାଙ୍କ ପାଇଁ ଛାଡ଼ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରି ଦେବେନ୍ଦ୍ର ଫଡନାଭିସ ଚିଠି ଲେଖି ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

The post ବିରଳ ରୋଗରେ ପୀଡ଼ିତ ୫ମାସର ଶିଶୁ ପାଇଁ ୬କୋଟି ଟଙ୍କାର ଜିଏସଟି ଛାଡ଼ କଲେ ପ୍ରଧାନମନ୍ତ୍ରୀ first appeared on Sambad.



from ବିଶେଷ – Sambad https://ift.tt/3d1LlSb

Post a Comment

0 Comments