ଉପସ୍ଥିତ ବୁଦ୍ଧି ଖଟାଇ ଚଳନ୍ତା ଟ୍ରେନ ତଳେ ପଡ଼ିଯାଉଥିବା ବ୍ୟକ୍ତିଙ୍କୁ ଏପରି ଉଦ୍ଧାର କଲେ ମହିଳା ଆରପିଏଫ୍

ବିଶାଖାପଟ୍ଟନମ୍ : ସୋସିଆଲ ମିଡିଆରେ ଜଣେ ମହିଳା ଆରପିଏଫଙ୍କ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଏହି ମହିଳା ଆରପିଏଫ ଜଣକ ଏପରି କାମ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଭୁରିଭୁରି ପ୍ରଶଂସା କରାଯାଉଛି।

ଏହି ଭିଡିଓ ବିଶାଖାପଟ୍ଟନମ୍ ରେଳ ଷ୍ଟେସନରୁ ଆସିଛି। ଯେଉଁଥିରେ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଖସି ପଡ଼ୁଥିବା ଯାତ୍ରୀଙ୍କୁ ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ମହିଳା ଆରପିଏଫ ତୁରନ୍ତ ଉଦ୍ଧାର କରି ନେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ମହିଳା ଆରପିଏଫଙ୍କ କାମକୁ ଦେଖି ରେଳ ମନ୍ତ୍ରାଳୟ ନିଜର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହାକୁ ସେୟାର କରିବା ସହିତ ମହିଳା ଆରପିଏଫଙ୍କୁ ପ୍ରଶଂସା କରିଛନ୍ତି।

ତେବେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ହଠାତ୍ ତାଙ୍କ ଗୋଡ ଖସି ଯିବାରୁ ସେ ତଳେ ପଡ଼ି ଯାଇଥିଲେ। ଏତିକିବେଳେ ସେଠାରେ ଡିୟୁଟିରେ ନିୟୋଜିତ ଥିବା ମହିଳା ଆରପିଏଫ୍ ଦୌଡ଼ି ଯାଇ ଟାଣି ଆଣି ଉକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ଦେଇଥିଲେ।

ରେଳ ମନ୍ତ୍ରାଳୟ ଏହି ଭିଡିଓ କ୍ଲିପ୍ ସେୟାର୍ କରି ଲେଖିଛି, “ପ୍ରଥମେ ମାନବ ସେବା କରିବା: ବିଶାଖାପଟ୍ଟନମ୍ ରେଳ ଷ୍ଟେସନରେ ଆରପିଏଫର ‘ମେରି ସହେଲି’ ଟିମର ଜଣେ ସତର୍କ ମହିଳା କନଷ୍ଟେବଳ ଜଣେ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନ୍ ତଳେ ପଡ଼ିଯିବାରୁ ରକ୍ଷା କରିଛନ୍ତି। ଏହି ଘଟଣା ଜଣେ ଆରପିଏଫ କର୍ମଚାରୀଙ୍କ ଶରୀରରେ ଲାଗିଥିବା କ୍ୟାମେରାରେ କଏଦ୍ ହୋଇଛି।’’

The post ଉପସ୍ଥିତ ବୁଦ୍ଧି ଖଟାଇ ଚଳନ୍ତା ଟ୍ରେନ ତଳେ ପଡ଼ିଯାଉଥିବା ବ୍ୟକ୍ତିଙ୍କୁ ଏପରି ଉଦ୍ଧାର କଲେ ମହିଳା ଆରପିଏଫ୍ first appeared on Sambad.



from ବିଶେଷ – Sambad https://ift.tt/3rFrCf9

Post a Comment

0 Comments