
ନୂଆଦିଲ୍ଲୀ: ଆପଣ ଜାଣିଥିବେ ନିଶ୍ଚୟ ଯେ ପୂରାତନ ଭାରତବର୍ଷର ପ୍ରମୁଖ ପୋଷାକ ଥିଲା ଶାଢ଼ି ଓ ଧୋତି। ଧୀରେ ଧୀରେ ନୂଆ ନୂଆ ପୋଷାକ ସବୁ ବାହାରିବା ପରେ ପୁରୁଣା ପୋଷାକର ଚାହିଦା କମ୍ ହେବାରେ ଲାଗିଲା। ମାତ୍ର ଏବେ ବି କେହି କେହି ପୁରୁଣା ସଂସ୍କୃତିକୁ ତାଜା କରିବାକୁ ଚେଷ୍ଟା କଲେ ମନରେ ଅପୂର୍ବ ଆନନ୍ଦ ସୃଷ୍ଟି ହୁଏ। ଥରେ ଭାବନ୍ତୁ ତ ଭାରତବର୍ଷର ପ୍ରସିଦ୍ଧ ପୋଷାକ ଶାଢ଼ି ଓ ଧୋତିକୁ ଯଦି କେହି ବିଦେଶୀ ପରିଧାନ କରନ୍ତି ତାହାଲେ କେମିତି ଲାଗିବ? ଜଣେ ପ୍ରବାସୀ ଭାରତୀୟ ଦମ୍ପତି ଆମେରିକାରେ ଶାଢ଼ି ଓ ଧୋତି ପିନ୍ଧି ବରଫାଞ୍ଚଳରେ ସ୍କିଂ କରୁଥିବା ବେଳର ଏକ ଭିଡିଓ ନିକଟରେ ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବାରେ ଲାଗିଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ନୀଳ ରଂଗର ଶାଢ଼ି ପରିଧାନ କରିଥିବା ବେଳେ ତାଙ୍କ ସ୍ବାମୀ ମଧ୍ୟ ସମାନ ରଂଗର ସାର୍ଟ ପିନ୍ଧିଛନ୍ତି ଓ ତାହା ସହ ଏକ ଧଳା ରଂଗର ଧୋତି ପିନ୍ଧିଛନ୍ତି। ସେମାନେ ଶାଢ଼ି ଓ ଧୋତି ପିନ୍ଧି ସ୍କିଂ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି।
View this post on Instagram
ଦିବ୍ୟା ମାୟିୟା ନାମକ ଏହି ମହିଳା ଜଣଙ୍କ ଭିଡିଓଟିକୁ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ସେୟାର କରି ଲେଖିଛନ୍ତି କି ‘ଆମକୁ କିଛି ପାଗଳାମୀ କରିବାର ଥିଲା। ଆମେ ତାହା କରିଲୁ।’
ଭିଡିଓରେ ଇଣ୍ଟର୍ନେଟ୍ରେ ସେୟାର ହେବା ପରଠାରୁ ଏହାର ଭିୟୁ ୩୨୭ ହଜାର ହୋଇ ସାରିଲାଣି। ୧୩ ହଜାରରୁ ଅଧିକ ଲାଇକ୍ ମିଳି ସାରିଲାଣି ଭିଡିଓଟିକୁ। ଏହି ଭିଡିଓ ଉପରେ ଅନେକ ଭଲ ଭଲ କମେଣ୍ଟ ସବୁ ମିଳିଛି ମଧ୍ୟ।
The post ଆମେରିକାରେ ଶାଢ଼ି ଓ ଧୋତି ପିନ୍ଧି ସ୍କିଂ କରି ଭାଇରାଲ୍ ହେଲେ ଏହି ଦମ୍ପତି, ସୋସିଆଲ୍ ମିଡିଆରେ ଛୁଟିଲା ପ୍ରଶଂସାର ସୁଅ first appeared on Sambad.
from ବିଶେଷ – Sambad https://ift.tt/3tyxWqu
0 Comments