ପାଞ୍ଚ ମିନିଟ୍‍ରେ ଚାର୍ଜ ହୋଇପାରୁଥିବା କାର୍ ବ୍ୟାଟେରି!

ଆଗାମୀ କିଛି ଦଶନ୍ଧି ମଧ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଚାଳିତ କାର୍‍‍ଗୁଡ଼ିକ ସ୍ଥାନରେ ବିଦ୍ୟୁତ୍ ଚାଳିତ କାର୍ ବ୍ୟବହାର ପାଇଁ ବିଭିନ୍ନ ଦେଶରେ ଯୋଜନା ହେଉଛି। ଏହା ପ୍ରାକୃତିକ ଇନ୍ଧନଜାତ ପ୍ରଦୂଷଣକୁ ବ୍ୟାପକ ରୂପେ ହ୍ରାସ କରି ପରିବେଶ ସୁରକ୍ଷା ଦିଗରେ ସହାୟକ ହୋଇପାରିବ। ତେବେ ବିଭିନ୍ନ କମ୍ପାନି ବ୍ୟାଟେରି ଚାଳିତ କାର୍ ନିର୍ମାଣ କରୁଥିଲେ ହେଁ ସେଗୁଡ଼ିକୁ ଚାର୍ଜ କରିବା ପାଇଁ ଅନେକ ଘଣ୍ଟା ଲାଗୁଥିବାରୁ ଏହା ପେଟ୍ରେଲ୍-ଡିଜେଲ୍ ଚାଳିତ କାର୍‍ର ସ୍ଥାନ ନେବା ଦିଗରେ ଏକ ବିରାଟ ପ୍ରତିବନ୍ଧକ ହୋଇ ରହିଆସିଥିଲା। ଇସ୍ରାଏଲ୍‍ର ଏକ କମ୍ପାନି ପ୍ରଥମ ଥର ପାଇଁ ପାଞ୍ଚ ମିନିଟ୍‍ରେ ସଂପୂର୍ଣ୍ଣ ଚାର୍ଜ ହୋଇପାରୁଥିବା ଏକ ଲିଥିୟମ୍-ଆୟନ୍‍ ବ୍ୟାଟେରି ନିର୍ମାଣ କରିବାରେ ସଫଳତା ହାସଲ କରିଛି। ଥରେ ଚାର୍ଜ ହେଲେ ଏହି ବ୍ୟାଟେରି ଚାଳିତ କାର୍‍‌ଟିଏ ୧୦୦ ମାଇଲ୍ ପର୍ଯ୍ୟନ୍ତ ଚାଲିପାରିବ।

The post ପାଞ୍ଚ ମିନିଟ୍‍ରେ ଚାର୍ଜ ହୋଇପାରୁଥିବା କାର୍ ବ୍ୟାଟେରି! first appeared on Sambad.



from ବିଶେଷ – Sambad https://ift.tt/3aG7Id7

Post a Comment

0 Comments