
ଜୟପୁର: ପ୍ରେମ ପାଇଁ ଅନେକ ପ୍ରେମୀ ନାନା ପ୍ରକାର କାଣ୍ଡ ସବୁ ଚରିଥିବାର ଉଦାହରଣ ପୂର୍ବରୁ ରହିଛି। ମାତ୍ର ଏହି ପ୍ରେମ ଯେ କାହାକୁ ଦେଶ ପାର୍ କରେଇ ନେଇ ଅନ୍ୟ ଏକ ଦେଶରେ ବନ୍ଦୀ ବନାଇ ଦେଇପାରେ, ଏପରି କଥା କେବେ ଆପଣ ଶୁଣିଛନ୍ତି? ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ତାନରେ। ଜଣେ ୧୯ ବର୍ଷୀୟ ରାଜସ୍ଥାନୀ ଯୁବକଙ୍କ କାହାଣୀ ଶୁଣିଲେ ଆପଣଙ୍କୁ କୌଣସି ଚଳଚ୍ଚିତ୍ର ପରି ଅନୁଭବ ହେଲେ ବି ଏହା ବାସ୍ତବ ଘଟଣା। ଯୁବକଙ୍କ ନାମ ଜେମ୍ରା ରାମ୍ ମେଘୱାଲ୍।
ଜାଣିବାକୁ ମିଳିଛି ଯେ ମେଘୱାଲ୍ ନିଜ ପଡ଼ିଶା ଘରର ଜଣେ ଝିଅକୁ ପ୍ରେମ କରୁଥିଲେ। ସେ ତାଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଘରେ ପ୍ରେମିକାଙ୍କ ବାପାମାଆ ନଥିବା ଅବସ୍ଥାରେ ଯାଉଥିଲେ। ଗତ ନଭେମ୍ବର ମାସରେ ଗୋଟାଏ ଦିନ ମେଘୱାଲ୍ ତାଙ୍କ ପ୍ରେମିକାଙ୍କ ଘରକୁ ଲୁଚି ଲୁଚି ଯିବା ବେଳେ ପ୍ରେମିକାଙ୍କ ବାପାମାଆ ଉପସ୍ଥିତ ଥିଲେ ଓ ତାଙ୍କୁ ଦେଖି ମାରିବା ପାଇଁ ଗୋଡ଼ାଇ ଥିଲେ। ଯୁବକ ଜଣକ ଭୟଭୀତ ହୋଇ ଦୌଡ଼ି ଦୌଡ଼ି ଯାଇ ସୀମା ପାର୍ କରି ପାକିସ୍ତାନକୁ ଧସେଇ ପଶିଥିଲେ। ପାକିସ୍ତାନୀ ରେଞ୍ଜର ତାଙ୍କୁ ଗିରଫ କରି ଏବେ ବନ୍ଦୀ କରି ଜେଲ୍ରେ ରଖିଛନ୍ତି।
ନଭେମ୍ବର ମାସରେ ମେଘୱାଲ୍ଙ୍କ ପରିବାର ଲୋକେ ପୁଲିସ୍ରେ ଅଭିଯୋଗ କରିଥିଲେ ବି ପୁଲିସ୍ କୌଣସି ପଦକ୍ଷେପ ନେଇନଥିଲା। ସେମାନେ ସେହି ମାସ ୧୬ ତାରିଖରେ ବିଜରାଦ ପୁଲିସ୍ ଷ୍ଟେସନ୍ରେ ଏକ ଅଭିଯୋଗ ଲେଖାଇଥିଲେ। ପାକିସ୍ତାନ ଜେଲରେ ତାଙ୍କ ପୁଅକୁ ଅକଥନୀୟ ନିର୍ଯାତନା ଦିଆଯାଉଥାଇପାରେ ବୋଲି ଚିନ୍ତା କରି ପରିବାର ଲୋକେ ବେଶ୍ ଭୟଭୀତ ଅବସ୍ଥାରେ ରହିଛନ୍ତି।
The post ପ୍ରେମିକାକୁ ଭେଟିବାକୁ ଯାଇଥିଲେ, ପ୍ରେମିକାର ବାପାମାଆ ଗୋଡ଼ାଇବାରୁ ସୀମା ଡେଇଁ ପାକିସ୍ତାନରେ ପହଞ୍ଚିଗଲେ first appeared on Sambad.
from ବିଶେଷ – Sambad https://ift.tt/39n6svY
0 Comments