ନୂଆଦିଲ୍ଲୀ: ଚାଷୀ ବୋଲି ଆମେ ପାଦ ପଛକୁ ନେଲୁ। କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସେମାନଙ୍କ କଥା ଭାବିଲୁ। ହେଲେ ସେମାନେ ନା ଆମ କଥା ଭାବିଲେ ନା ଦେଶବାସୀଙ୍କର ସେମାନଙ୍କ ପ୍ରତି ଥିବା ସମର୍ଥନ କଥା ଭାବିଲେ। ପଶୁ ଭଳି ସୁରକ୍ଷା ଦାୟିତ୍ବରେ ଥିବା ପୁଲିସକର୍ମୀଙ୍କୁ ଖଣ୍ଡା ଏବଂ ଲାଠିରେ ପିଟିବା ଆରମ୍ଭ କଲେ। ଆମେ ସହିଲୁ, ହେଲେ ସେମାନେ ପିଟିଲେ। ଆଜି ବାଷ୍ପରୁଦ୍ଧ କଣ୍ଠରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଟ୍ରାକ୍ଟର ରାଲିରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ପୁଲିସକର୍ମୀ।
ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ଘଟିଥିବା ନିନ୍ଦନୀୟ ଘଟଣା ଏବେ ଚାଷୀ ଆନ୍ଦୋଳନକୁ ଭିନ୍ନ ମୋଡ଼ ଦେଇଛି। ଶାନ୍ତିପୂର୍ଣ୍ଣ ଭାବେ ଟ୍ରାକ୍ଟର ରାଲି କରିବେ ବୋଲି କହି ଚାଷୀମାନେ ଯେଉଁଭଳି ଭାବେ କାର୍ଡ କଲେ, ତାହା ଦେଶବାସୀଙ୍କୁ ସ୍ତବ୍ଧ କରିଥିଲା। ଚାଷୀଙ୍କ ଏଭଳି ରୁପ ଗତ ୬୪ଦିନର ଆନ୍ଦୋଳନ ମଧ୍ୟରେ ଦେଶ ଦେଖି ନଥିଲା। ହେଲେ ଲାଲକିଲ୍ଲାକୁ ପଶି ପୁଲିସକୁ ମାଡ଼ ମାରିବା ଏବଂ ଭଙ୍ଗାରୁଜା କରିବା ଦୃଶ୍ୟ ଏବେ ପରିସ୍ଥିତିକୁ ସମ୍ପୂର୍ଣ୍ଣ ଓଲଟାଇ ଦେଇଛି। ସମର୍ଥନ କରୁଥିବା ଲୋକେ ଏବେ ଆନ୍ଦୋଳନରତ ଚାଷୀଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି।
ମୁଣ୍ଡରେ ୧୨ଟି ଷ୍ଟିଚ ପଡ଼ିଥିବା ଦିଲ୍ଲୀ ପୁଲିସର ଇନ୍ସପେକ୍ଟର ପିସି.ଯାଦବ ଘଟଣାଦିନର କଥା ମନେ ପକାଇ କହନ୍ତି, ଆମେ ଦେଖିଲୁ ବହୁ ସଂଖ୍ୟକ ଲୋକ ଲାଲକିଲ୍ଲା ଭିତରକୁ ପ୍ରବେଶ କରୁଛନ୍ତି। କେହି କିଛି ଭାବିବା ପୂର୍ବରୁ ସେମାନେ ତୁରନ୍ତ ଲାଲକିଲ୍ଲାର କାନ୍ଥ ଉପରକୁ ଚଢ଼ିଯାଇଥିଲେ। ଆମେ ସେମାନଙ୍କୁ ହଟାଇବାକୁ ଚେଷ୍ଟା କଲୁ, କିନ୍ତୁ ସେମାନେ ଆକ୍ରମଣାତ୍ମକ ହୋଇ ଖଣ୍ଡା ଏବଂ ଲାଠି ଦ୍ୱାରା ଆମକୁ ଆକ୍ରମଣ କରିବା ଆରମ୍ଭ କଲେ। ଆମ ମଧ୍ୟରୁ ଜଣେ ପୁଲିସ କର୍ମଚାରୀଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ରକ୍ତସ୍ରାବ ହେଲା। ଏଥିପାଇଁ ମୁଁ ତଳ ମହଲାକୁ ଯାଇ ତାଙ୍କୁ ଡାକ୍ତରଖାନା ନେଉଥିଲି ଯେତେବେଳେ ସେମାନେ ଆମକୁ ପୁଣି ଅଟକାଇ ଲାଠିରେ ମାଡ଼ ମାରିବା ଆରମ୍ଭ କରିଥିଲେ। ହେଲେ ସେମାନେ ମୋ ମୁଣ୍ଡରେ ପିନ୍ଧିଥିବା ହେଲମେଟକୁ ଖଣ୍ଡାରେ ମାଡ଼ ମାରିବାରୁ ମୋର ହେଲମେଟ ଭାଙ୍ଗିଯାଇଥିଲା। ଏହା ପରେ ମୁଁ ଅଚେତ ହୋଇଯାଇଥିଲି। ସେମାନେ କୃଷକ ବୋଲି ଆମେ ସଂଯମତା ପାଳନ କଲୁ, କିନ୍ତୁ ସେମାନେ ତାହା କଲେ ନାହିଁ।
The post ଆମେ ଚାଷୀ ବୋଲି ସହିଲୁ, କିନ୍ତୁ ସେମାନେ ପିଟିଲେ : ବାଷ୍ପରୁଦ୍ଧ କଣ୍ଠରେ ଏଭଳି କହିଲେ ମୁଣ୍ଡରେ ୧୨ଟି ଷ୍ଟିଚ ପଡ଼ିଥିବା ପୁଲିସକର୍ମୀ first appeared on Sambad.
from ବିଶେଷ – Sambad https://ift.tt/3t4vvvB
0 Comments