ନେତାଜୀଙ୍କ ଜନ୍ମ ଜାତକ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରି ୨୩ ତାରିଖ ଶନିବାର ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ଜନ୍ମଗ୍ରହଣ କରିଥିଲେ। କଟକ ଓଡ଼ିଆ ବଜାରସ୍ଥିତ ପିତା ରାୟବାହାଦୁର ଜାନକୀ ନାଥ ବୋଷ ଓ ମା’ ପ୍ରଭାବତୀ ଦେବୀଙ୍କ ୯ମ ଗର୍ଭରୁ ସେ ଜନ୍ମଲାଭ କରିଥିଲେ। ତାଙ୍କ ଜନ୍ମପଞ୍ଜିକା (ଜାତକ) ସହିତ ଜନ୍ମ ପ୍ରମାଣପତ୍ର ବି ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ସ୍ଥାନ ପାଇଛି। ଜଣେ ଓଡ଼ିଆ ପୁଅର ଜାତକ ଯେଭଳି ତିଆରି ହୋଇ ଘରେ ସାଇତା ହୁଏ, ଠିକ ସେହିଭଳି ପ୍ରସ୍ତୁତ ହୋଇ ରହିଛି ନେତାଜୀଙ୍କ ଜନ୍ମଜାତକ।

ଜନ୍ମ ୨୩.୧.୧୮୯୭
ଜନ୍ମ ସ୍ଥାନ କଟକ, ଓଡ଼ିଆ ବଜାର
ଜନ୍ମ ମାସ ମାଘ ଦି୧୧ନ/ତାରିଖ ଜାନୁଆରି ୨୩
ଜନ୍ମବାର ଶନିବାର
ଜନ୍ମଲଗ୍ନ ବୃଷ
ରାଶି କନ୍ୟା(ଆଧାନ ରାଶି)
ନକ୍ଷତ୍ର ଉତ୍ତରା ଫାଲଗୁନୀ
ଗଣ ନର(ମାନବ) ଗଣ
ନାମର ଆଦ୍ୟ ଅକ୍ଷର ପ, ଥ, ଷ, ଶ, ସ
ପାଦ ଦ୍ବିପାଦ
ଘାତ ଚନ୍ଦ୍ର ମିଥୁନ ଚନ୍ଦ୍ର
ଘାତ ବାର ଶନିବାର
ଘାତ ତିଥି ଅଷ୍ଟମୀ
ଘର ନକ୍ଷତ୍ର ଶ୍ରବଣା
ଅଧିପତି ବୁଧ
ଶୁଭ ଦେବୀ ତ୍ରିପୁରା ସୁନ୍ଦରୀ
ଶୁଭ ଦେବତା ଭଗବାନ ବିଷ୍ଣୁ
ଶୁଭ ବାର ବୁଧବାର ଓ ଶୁକ୍ରବାର
ମିଶ୍ରିତ ଫଳଦାୟକ ବାର- ରବିବାର, ମଙ୍ଗଳବାର ଓ ଗୁରୁବାର

ନେତାଜୀଙ୍କ ଚିଠି
ବାପା ଜାନକୀନାଥ ବୋଷଙ୍କ ନିକଟକୁ ନେତାଜୀ ଲେଖିଥିବା ଚିଠି ଏବେ ୧୨ ନମ୍ବର ଗ୍ୟାଲେରିରେ ରହିଛି। ବାପାଙ୍କ ସମେତ ମା’, ସ୍ତ୍ରୀ ଓ ଭାଇଙ୍କ ନିକଟକୁ ଲେଖିଥିବା ଏକାଧିକ ଚିଠି ବି ଏଠାରେ ସ୍ଥାନ ପାଇଛି।
ମୁଁ ସବୁଠୁ ଖରାପ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି…
‘ମୋର ପ୍ରିୟ ବାପା!
ମୁଁ ନିଶ୍ଚିତ ଯେ ସ୍ବରାଜ ହାତରେ ଅଛି। ମୁଁ ସବୁଠାରୁ ଖରାପ ପରିସ୍ଥିତ ପାଇଁ ପ୍ରସ୍ତୁତ ଅଛି ଏବଂ ଏକ କାରଣ ପାଇଁ ଯନ୍ତ୍ରଣା ଭୋଗିବାକୁ ଅନୁମତି ଦିଆଯିବା ଏକ ବଡ଼ ସୌଭାଗ୍ୟ ହେବ…।
ପ୍ରେସିଡେନ୍ସି ଜେଲ୍, ୧୯୨୧ ଡିସେମ୍ବର ୧୭’
ରୋମ୍‌ରୁ ପତ୍ନୀଙ୍କୁ ଲେଖିଥିବା ଚିଠି
ପ୍ରିୟ ମିସ୍‌ ସେଙ୍କେଲ,
ତୁମର ଚିଠିକୁ ବହୁତ ଖୁସି ଓ ଆନନ୍ଦରେ ପଢ଼ିଲି। ରୋମ୍‌କୁ ମୋର ଯାତ୍ରା ଅନୁଭୂତି ଅତ୍ୟନ୍ତ ଆନନ୍ଦପ୍ରଦ ଥିଲା। ଆମେ ବାଦଲ ଉପରେ ଉଡୁଥିଲୁ, ସୂର୍ଯ୍ୟ କିରଣରେ ଗାଧୋଇଥିଲୁ। ଆମକୁ ମାଟି ତଳ କୁହୁଡ଼ି ଭଳି ଦେଖାଯାଉଥିଲା…।
ଗତ ରାତିରେ ମୁଁ ମୋ ବହି ପାଇଁ ଲେଖା ଶେଷ କରିବାକୁ ଶୋଇ ପାରିନଥିଲି। ସକାଳ ସାଢ଼େ ୬ଟା ଯାଏ ଲେଖୁଥିଲି…। ଆସନ୍ତାକାଲି ସକାଳ ସାଢ଼େ ୭ଟାରେ ମୁଁ ରୋମ୍‌ରୁ କଲିକତା ଯାତ୍ରା କରିବି…।
୩୦. ୧୧. ୧୯୩୪ (ରୋମ୍)

The post ନେତାଜୀଙ୍କ ଜନ୍ମ ଜାତକ first appeared on Sambad.



from ବିଶେଷ – Sambad https://ift.tt/364qRE1

Post a Comment

0 Comments