ହସ୍ତାକ୍ଷର ଦିବସ

ପ୍ରତି ବର୍ଷ ଜାନୁଆରି ତେଇଶ ତାରିଖରେ ପାଳିତ ହୁଏ ‘ହସ୍ତାକ୍ଷର ଦିବସ’। ସମସ୍ତ ମଣିଷ ହାତରେ ଲେଖିପାରନ୍ତି। କେବଳ ‘ଆଟେନ୍‌ସନ୍‌ ଡେଫିସିଟ୍‌ ହାଇପର‌୍‌ଆକ୍‌ଟିଭିଟି ଡିଜ୍‌ଅର୍ଡର‌୍‌’ର ଶିକାର ହୋଇଥିବା ପିଲା ଲେଖିପାରନ୍ତିନାହିଁ। ପ୍ରତ୍ୟେକ ମଣିଷର ହସ୍ତାକ୍ଷର ଭିନ୍ନ ଭିନ୍ନ। ହସ୍ତାକ୍ଷରରୁ ମଣିଷକୁ ଚିହ୍ନିହୁଏ। ତେଣୁ, ବ୍ୟାଙ୍କ୍‌ରେ ସ୍ବାକ୍ଷର ଦ୍ବାରା ଗ୍ରାହକଙ୍କୁ ଚିହ୍ନଟ କରାଯାଏ।

ହସ୍ତାକ୍ଷର ମୁଖ୍ୟତଃ ତିନି ପ୍ରକାରର; ଅତି ବଡ଼, ଅତି ଛୋଟ ଓ ସାଧାରଣ। ଅତି ବଡ଼ ଅକ୍ଷର ଲେଖୁଥିବା ଲୋକେ ସ୍ବଭାବତଃ ସମସ୍ତଙ୍କ ସହ ମିଶିଯାଇପାରନ୍ତି। ଅତି ଛୋଟ ଲେଖୁଥିବା ଲୋକେ ମାତ୍ରାଧିକ ଲାଜୁଆ। ସେହି ପରି ଲଗାଇଲଗାଇ ଲେଖୁଥିବା ଲୋକେ ଅନ୍ୟଙ୍କ ଗହଣରେ ରହିବାକୁ ଭଲପାଉଥିବା ବେଳେ ଛାଡ଼ିଛାଡ଼ି ଲେଖୁଥିବା ଲୋକଙ୍କୁ ଗହଳି ଭଲଲାଗେନାହିଁ। ସଳଖ ଧାଡ଼ିରେ ଲେଖୁଥିବା ଲୋକେ ବାସ୍ତବବାଦୀ ଓ ବିଚାରବନ୍ତ। ଗୋଲ ଗୋଲ ଅକ୍ଷର ଲେଖୁଥିବା ଲୋକେ ଭଲ ଶିଳ୍ପୀ ହୋଇପାରନ୍ତି। ତୀକ୍ଷ୍‌ଣ ଅକ୍ଷର ଲେଖୁଥିବା ଲୋକେ ଉଗ୍ର। ଲେଖିବା ବେଳେ କଲମ ଉପରେ ଅଧିକ ଚାପ ଦେଉଥିବା ଲୋକେ ସମାଲୋଚନା ପସନ୍ଦ କରନ୍ତିନାହିଁ କି କଥା ରଖନ୍ତିନାହିଁ। ଅପରପ‌େକ୍ଷ କଲମକୁ ହାଲୁକା ଭାବେ ଧରୁଥିବା ଲୋକେ ସମ୍ବେଦନଶୀଳ। ମାତ୍ରାଧିକ ଉଦ୍‌ବେଗ, ନିଶା ଆଦି ମଣିଷର ହସ୍ତାକ୍ଷରକୁ ପ୍ରଭାବିତ କରିଥାଏ। ଏ ଭଳି କ୍ଷେତ୍ରରେ ଏପରିକି ନିଜର ପ୍ରକୃତ ସ୍ବାକ୍ଷର ବଦଳିଯାଏ। ହସ୍ତାକ୍ଷର ବିଶ୍ଳେଷଣ ବିଜ୍ଞାନକୁ ‘ଗ୍ରାଫୋଲୋଜି’ କହାଯାଏ।

The post ହସ୍ତାକ୍ଷର ଦିବସ first appeared on Sambad.



from ବିଶେଷ – Sambad https://ift.tt/3oaWv98

Post a Comment

0 Comments