୧୩୦ବର୍ଷ ପରେ ଦେଖିବାକୁ ମିଳିଲା ଦୁର୍ଲଭ ପେଚା

ନୂଆଦିଲ୍ଲୀ: ଦୁନିଆରେ ଅଦ୍ଭୁତ ପଶୁପକ୍ଷୀଙ୍କୁ ଅନେକ ସମୟରେ ଦେଖିବାକୁ ମିଳିଥାଏ। ପରିବେଶ ଓ ଜଳବାୟୁରେ ହେଉଥିବା ପରିବର୍ତ୍ତନ ହେତୁ ଅନେକ ମୂଲ୍ୟବାନ ଜୀବଜନ୍ତୁ ବିଲୁପ୍ତ ହୋଇଗଲେଣି। ଦୁନିଆରେ ଅନେକ ଦେଶ ଏଣିକି ପଶୁ ଓ ପକ୍ଷୀଙ୍କ ସଂରକ୍ଷଣ ପାଇଁ କାମ କରୁଛନ୍ତି। ଏହି କ୍ରମରେ ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କରେ ୨୯ ତାରିଖରେ ଏକ ବିରଳ ପେଚା ଦେଖିବାକୁ ମିଳିଛି।

ଦୀର୍ଘ ୧୩୦ ବର୍ଷ ପରେ ଏହି ଧଳାରଙ୍ଗର ପେଚାଟି ଦେଖିବାକୁ ମିଳିଛି। ଏହା ଏକ ଦୁର୍ଲଭ ପକ୍ଷୀ। ଲୋକେ ଏହି ପେଚାର ଫଟୋ ଉଠାଇବା ସହ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ପେଚାଟିର ନାମ ବୈଜ୍ଞାନିକମାନେ ବୁବୋ ସ୍କାଣ୍ଡିଆକସ ରଖିଛନ୍ତି। ଏହା ପୂର୍ବରୁ ୧୮୯୦ ମସିହାରେ ଏପରି ପେଚା ଦେଖିବାକୁ ମିଳିଥିଲା।

 

ମ୍ୟାନହାଟନ ବାର୍ଡ ଆର୍ଲଟ ଟୁଇଟର ପେଜରେ ପେଚାର ଫଟୋଟି ସେୟାର କରାଯାଇଛି। ଏହି ଫଟୋ ସେୟାର କରି କ୍ୟାପସନରେ ଲେଖାଯାଇଛି, ସେଣ୍ଟ୍ରାଲ ପାର୍କରେ ଏହି ଦୁର୍ଲଭ ପେଚା ଦେଖିବାକୁ ମିଳିଛି। ୩୦ ସେକେଣ୍ଡର ଏହି ଭିଡିଓରେ ପେଚାଟି କିପରି କାଉମାନଙ୍କ ସହ ମଜା କରୁଛି ତାହା ନଜର ଆସିଛି। ଭିଡିଓଟି ସେୟାର ହେବାର କିଛି ସମୟ ମଧ୍ୟରେ ଏହାକୁ ୮୫ହଜାର ଲୋକ ଦେଖି ସାରିଲେଣି। ୨୪୦୦ୟୁଜର ଲାଇକ କରିଛନ୍ତି। ସେହିପରି ୫୯୦ଟି ରିଟୁଇଟ ହୋଇଛି।

The post ୧୩୦ବର୍ଷ ପରେ ଦେଖିବାକୁ ମିଳିଲା ଦୁର୍ଲଭ ପେଚା first appeared on Sambad.



from ବିଶେଷ – Sambad https://ift.tt/3tahnRv

Post a Comment

0 Comments