ପିତାଙ୍କ ମୃତ୍ୟୁ ପରେ ୧୨ଜଣ ଝିଅ ମିଶି ପୂରା କଲେ ଶେଷ ଇଚ୍ଛା

ନୂଆଦିଲ୍ଲୀ: ସାଧାରଣତଃ ଭାରତୀୟ ସମାଜରେ ବାପା-ମା’ଙ୍କ ପାର୍ଥୀବ ଶରୀରକୁ ମୁଖାଗ୍ନୀ ଦେବାର ପରମ୍ପରା ରହିଛି। ମହାରାଷ୍ଟ୍ରରେ ୧୨ଜଣ ଝିଅ ତାଙ୍କ ପିତାଙ୍କ ପାର୍ଥୀବ ଶରୀରକୁ କାନ୍ଧରେ ନେଇ ମା’-ବାପାଙ୍କ ପାଇଁ ପୁଅ ଓ ଝିଅ ସବୁ ସାମନ ବୋଲି ପ୍ରମାଣ କରି ଦେଖାଇଛନ୍ତି।

 12 बेटियों ने पूरी की पिता की अंतिम इच्छा

ମହାରାଷ୍ଟ୍ରର ୱାସିମ ଜିଲ୍ଲାର ସେନ୍ଦୁଜନା ଗ୍ରାମରେ ପୁରୁଷ ପ୍ରଧାନ ସଂସ୍କୃତିକୁ ପଛରେ ପକାଇ ୧୨ଜଣ ଝିଅ ନିଜର ପିତାଙ୍କ ପାର୍ଥୀବ ଶରୀରକୁ କାନ୍ଧରେ ନେଇଥିଲେ। ୯୧ବର୍ଷର ବୃଦ୍ଧ ସଖାରାମ ଗଣପତରାୱ କାଲେଙ୍କ ଜାନୁଆରି ୨୯ ତାରିଖରେ ମୃତ୍ୟୁ ହୋଇଥିଲା। ତାଙ୍କର କେହି ପୁତ୍ର ସନ୍ତାନ ନାହାନ୍ତି, କିନ୍ତୁ ୧୨ଟି କନ୍ୟା ସନ୍ତାନ ଅଛନ୍ତି। ଅନ୍ତିମ ସଂସ୍କାର ସମୟରେ ପୁଅର କାମ ୧୨ଜଣ ଝିଅ ପୂରା କରିଛନ୍ତି। ଏମିତି କି ପିତାଙ୍କ ମୁଖାଗ୍ନୀ ବି ଝିଅମାନେ ହିଁ ଦେଇଛନ୍ତି।

ଅନ୍ତିମ ସଂସ୍କାର ପରେ ସଖାରାମ ଗଣପତରାୱ କାଲେଙ୍କ ଝିଅମାନେ କହନ୍ତି, ପିତାଙ୍କ ଅନ୍ତିମ ଇଚ୍ଛା ଥିଲା କି ତାଙ୍କ ମୃତ୍ୟୁ ପରେ ଆମେମାନେ ହଁ ତାଙ୍କ ଅନ୍ତିମ ସଂସ୍କା‌ର କରିବୁ। ଆଉ ଆମେ ସବୁ ଭଉଣୀ ମିଶି ବାପାଙ୍କ ଶେଷ ଇଚ୍ଛା ପୂରଣ କରିଥିଲୁ। ପିତା-ମାତାଙ୍କ ପାଇଁ ପୁଅ ଝିଅ ଉଭୟେ ସମାନ ହୋଇଥାଆନ୍ତି। ବାପା ବି କେବେ ତାଙ୍କର ପୁଅ ନଥିବା ହେତୁ ମନ ଉଣା କରି ନାହାନ୍ତି। ସେ ସବୁବେଳେ ଆମକୁ ପ୍ରତ୍ୟେକ କାମ କରିବାରେ ସତସାହାସ ଦେଇଛନ୍ତି।

The post ପିତାଙ୍କ ମୃତ୍ୟୁ ପରେ ୧୨ଜଣ ଝିଅ ମିଶି ପୂରା କଲେ ଶେଷ ଇଚ୍ଛା first appeared on Sambad.



from ବିଶେଷ – Sambad https://ift.tt/3clDQVQ

Post a Comment

0 Comments