
ପ୍ରତି ବର୍ଷ ଫେବ୍ରୁଆରି ପହିଲାରେ ପାଳନ କରାଯାଏ ‘ସର୍ପ ଦିବସ’। ଆଣ୍ଟର୍କ୍ଟିକା ମହାଦେଶ, ଆୟାର୍ଲାଣ୍ତ୍, ଆଇସ୍ଲାଣ୍ତ୍, ଗ୍ରିନ୍ଲାଣ୍ତ୍, ନିଉ ଜିଲାଣ୍ତ୍ ଓ ହଵାଇକୁ ଛାଡ଼ି ଅବଶିଷ୍ଟ ବିଶ୍ବରେ ସାପ ଦେଖାଯାଆନ୍ତି। ଭାରତ ଓ ପ୍ରଶାନ୍ତ ମହାସାଗର ସାମୁଦ୍ରିକ ସର୍ପରେ ଭରପୂର। ସମସ୍ତ ସାମୁଦ୍ରିକ ସର୍ପ ବିଷାକ୍ତ। ପୃଥିବୀ ୩୬୦୦ ପ୍ରଜାତିର ସାପଙ୍କ ବାସସ୍ଥାନ। ବାର୍ବାଡୋସ୍ରେ ଦେଖାଯାଉଥିବା ଥ୍ରେଡ୍ ସ୍ନେକ୍ର ଲମ୍ବ ସବୁଠାରୁ କମ୍; ୪.୧ ଇଞ୍ଚ୍। ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ରେଟିକୁଲେଟେଡ୍ ପାଇଥନ୍ ସବୁଠାରୁ ଭାରୀ ଓ ଲମ୍ବା; ୨୨.୮ ଫୁଟ୍। ପ୍ରାୟ ଛଅ କୋଟି ବର୍ଷ ତଳେ ଧରାପୃଷ୍ଠରେ ବିଚରଣ କରୁଥିବା ‘ଟାଇଟାନ୍ବୋଆ’ର ଲମ୍ବ ବୟାଳିଶ ଫୁଟ୍ରୁ ଅଧିକ ଥିବା ଜଣାଯାଏ। ପ୍ରତି ବର୍ଷ ବିଷାକ୍ତ ସର୍ପ ଦ˚ଶନରେ ପ୍ରାୟ ଏକ ଲକ୍ଷ ମଣିଷଙ୍କ ପ୍ରାଣ ଯାଉଛି।
ବ୍ରାଜିଲ୍ରେ ଏ ଭଳି ଏକ ଦ୍ବୀପ ଅଛି, ଯେଉଁଠି ମଣିଷଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି। କାରଣ, ସେଠାରେ ପ୍ରତି ବର୍ଗ ମିଟର୍ ଅଞ୍ଚଳ ଅନ୍ୟୂନ ପାଞ୍ଚଟି ବିଷାକ୍ତ ସାପଙ୍କ ବାସସ୍ଥାନ। ବିଶ୍ବର ସବୁଠାରୁ ବିଷାକ୍ତ ଦଶଟି ସାପ ଅଷ୍ଟ୍ରେଲିଆରେ ଦେଖାଯାଆନ୍ତି। ବୁମ୍ସ୍ଲାଙ୍ଗ୍ ସାପ ଦ˚ଶନ କଲେ, ଶରୀରର ସମସ୍ତ ଛିଦ୍ରରୁ ରକ୍ତ ବାହାରେ। ସାପ ଶହେ ପଚାଶ ଡିଗ୍ରି ପର୍ଯ୍ୟନ୍ତ ପାଟି ଖୋଲିପାରେ। ସାପ ଆଖି ଖୋଲାଥିବା ଅବସ୍ଥାରେ ଶୁଏ। କେତେକ ପ୍ରଜାତିର ସାପ ବିନା ଯୌନ-ମିଳନରେ ଅଣ୍ତା ଦେଇପାରନ୍ତି। କେତେକ ପ୍ରଜାତିର ସାପ ନ ଖାଇ ଦୁଇ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରନ୍ତି। ସମସ୍ତ ସାପ ମା˚ସାଶୀ। ସାପ ପ୍ରତି ମଣିଷର ଭୟକୁ ଇ˚ରେଜୀରେ ‘ଓଫିଡିଓଫୋବିୟା’ କହାଯାଏ।
The post ସର୍ପ ଦିବସ first appeared on Sambad.
from ବିଶେଷ – Sambad https://ift.tt/3j1s1W8
0 Comments