୨୫୬ ବର୍ଷ ବଞ୍ଚିଥିବା ମଣିଷ!

ଚାଇନାର ଲି ଚିଙ୍ଗ୍‌ ୟୁନ୍‌ ନାମକ ବ୍ୟକ୍ତି ୨୫୬ ବର୍ଷ ବଞ୍ଚିଥିବା କେହି କେହି ବିଶ୍ବାସ କରନ୍ତି। ୧୯୩୩ରେ ‘ଟାଇମ୍‌ସ’ ଏବ˚ ‘ନ୍ୟୁ ୟର୍କ‌୍‌ ଟାଇମ୍‌ସ’ରେ ପ୍ରକାଶିତ ଶୋକସମ୍ବାଦ ଅନୁଯାୟୀ ସେହି ବର୍ଷ ତାଙ୍କର ପରଲୋକ ହୋଇଥିଲା। ସେତେବେଳକୁ ତାଙ୍କର ତେଇଶ ଜଣ ପତ୍ନୀ ଆର ପାରିକୁ ଯାଇସାରିଥିଲେ ଏବଂ ଚବିଶତମ ପତ୍ନୀଙ୍କୁ ହୋଇଥିଲା ଷାଠିଏ ବର୍ଷ। ୟୁନ୍‌ ଛାଡ଼ିଯାଇଥିଲେ ଶହେ ଅଶୀରୁ ଦୁଇ ଶହ ଜଣ ଉତ୍ତରାଧିକାରୀ। ସେ ଜନ୍ମ ହୋଇଥିଲେ, ବଢ଼ିଥିଲେ ଏବ˚ ମୃତ୍ୟୁବରଣ କରିଥିଲେ ଚାଇନାର ସିଚୁଆନ୍‌ରେ।

ଅଳ୍ପ କିଛି ପଢ଼ିଥିଲେ ଏବ˚ ଚେର-ମୂଳି ଔଷଧ ବ୍ୟବସାୟ କରୁଥିଲେ। ଦଶ ବର୍ଷ ବୟସରେ ସେ ଏହି ବ୍ୟବସାୟ ଆରମ୍ଭ କରିଥିଲେ। ଅନ୍ୟୂନ ଶହେ ବର୍ଷ ପର୍ଯ୍ୟନ୍ତ ନିଜେ ଘୂରି-ବୁଲି ଗୁଳ୍ମ ସଂଗ୍ରହ କରୁଥିଲେ। ପରେ ଅନ୍ୟମାନଙ୍କ ଦ୍ବାରା ସ˚ଗୃହିତ ଗୁଳ୍ମ ବିକ୍ରୟ କରୁଥିଲେ। କେବଳ ଭାତ ଖାଉଥିଲେ ଏବଂ ଅଙ୍ଗୁର ରସ ପ୍ରସ୍ତୁତ ସୁରା ପିଉଥିଲେ। ସର୍ବଦା ଯୁବ-ସୁଲଭ ଦିଶୁଥିଲେ। ତାଙ୍କର ଏହି ଫଟୋଟି ୧୯୨୭ର। ‘ନେସ୍‌ନାଲ୍‌ ରିଭଲ୍ୟୁସନାରି ଆର୍ମି’ର ଜେନ୍‌ରାଲ୍‌ ୟାଂଗ୍‌ ସେନ୍‌ ଫଟୋଟି ଉଠାଇବାର ବ୍ୟବସ୍ଥା କରିଥିଲେ। ଜେନ୍‌ରାଲ୍‌ ୟାଂଗ୍‌ ହିଁ ପ୍ରଥମେ ତାଙ୍କ ସଂପର୍କରେ ଲେଖିଥିଲେ। ଉକ୍ତ ନିବନ୍ଧ ‘A Factual Account of the 250 Year-Old Good-Luck Man’ ନାମରେ ପ୍ରକାଶ ପାଇଥିଲା। ୟୁନ୍‌ ୧୬୭୭ରେ ଜନ୍ମ ହୋଇଥିବା ଜେନ୍‌ରାଲ୍‌ ୟାଂଗ୍‌ଙ୍କ ନିବନ୍ଧରେ ଉଲ୍ଲେଖିତ। ଦୀର୍ଘଜୀବୀ ହୋଇଥିବାରୁ ୟୁନ୍‌ଙ୍କର ୧୫୦ତମ ଏବ˚ ୨୦୦ତମ ଜନ୍ମଦିନରେ ତାଙ୍କୁ ସରକାରୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିବାର ମଧ୍ୟ ଲିଖିତ ପ୍ରମାଣ ରହିଛି।

The post ୨୫୬ ବର୍ଷ ବଞ୍ଚିଥିବା ମଣିଷ! first appeared on Sambad.



from ବିଶେଷ – Sambad https://ift.tt/2L9kYy3

Post a Comment

0 Comments