ଝିଅ ଜନ୍ମହେବା ଖୁସିରେ ୪୦୦ ଲୋକଙ୍କର ମାଗଣାରେ କେଶ କାଟିଲେ ଏହି ସେଲୁନ ମାଲିକ

ଭୋପାଳ: ଦେଶରେ ଶିକ୍ଷାର ସ୍ତର ବଢିଥିବା ସତ୍ତ୍ୱେ ଏବେ ବି କିଛିକାଂଶରେ ପୁଅ-ଝିଅଙ୍କୁ ନେଇ ଭେଦଭାବ ରହିଛି | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବାବଦରେ କହିବୁ, ଯାହାକି ଆପଣ ଜାଣିଲେ ଗର୍ବିତ ଅନୁଭବ କରିବେ | ବାସ୍ତବରେ ମଧ୍ୟପ୍ରଦେଶର ଜଣେ ସେଲୁନ ମାଲିକ ଘରେ ଝିଅ ଜନ୍ମ ହେବା ପରେ ସବୁ ଲୋକଙ୍କର ମାଗଣାରେ କେଶ କାଟିବା ପାଇଁ ଘୋଷଣା କରିଥିଲେ | କେବଳ ଘୋଷଣା କରିନଥିଲେ ବରଂ ମାଗଣାରେ ୪୦୦ ଲୋକଙ୍କର କେଶ କାଟିଥିଲେ |

ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶର ଗ୍ୱାଲିଅରରେ ରୁହନ୍ତି ସଲମାନ | ଜାନୁୟାରୀ ୩ରେ ତାଙ୍କ ଘରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା | ଆଉ ଏଥିରେ ଉତଫୁଲିତ ହୋଇ ସେଲୁନ୍ ମାଲିକ ଜଣକ ଏହି ଖୁସିକୁ ନିଜର ସହରବାସୀଙ୍କ ସହ ବାଣ୍ଟିବାକୁ ଚାହିଁଥିଲେ | ଏଥିପାଇଁ ସେ ଏକ ଅଫର ଘୋଷଣା କରିଥିଲେ | ଜାନୁୟାରୀ ୪ ତାରିଖରେ ସେ ସହରବାସୀଙ୍କ ପାଇଁ ମାଗଣାରେ କେଶ କାଟିବାକୁ ଘୋଷଣା କରିଥିଲେ | ସଲମାନଙ୍କର ଗ୍ୱାଲିଅର ସହରର କୁମହରପୁର, ଶିବାଜୀ ନଗର ଏବଂ ଟୋଲ ରୋଡ କବୀର କଲୋନୀରେ ତିନିଟି ସେଲୁନ ରହିଛି | ଝିଅ ଜନ୍ମ ହୋଇଥିବାରୁ ତିନିଟି ଯାକ ସେଲୁନରେ ଜାନୁଆରୀ ୪ ସମସ୍ତେ ମାଗଣାରେ କେଶ କଟାଇପାରିବେ ବୋଲି ସଲମାନ ଘୋଷଣା କରିଥିଲେ |

ଅନ୍ୟପକ୍ଷରେ, ଯେତେବେଳେ ସହରର ଲୋକମାନେ ମାଗଣା ସେଲୁନ୍ ସେବା ବିଷୟରେ ଶୁଣିଲେ, ସେମାନେ ଦୋକାନରେ ଭିଡ଼ ଜମାଇବା ଆରମ୍ଭ କଲେ | ସଲମାନଙ୍କ ତିନୋଟି ଦୋକାନରେ ତାଙ୍କ କର୍ମଚାରୀମାନେ ପ୍ରାୟ ୧୫ ଘଣ୍ଟା ଧରି ୪୦୦ ଲୋକଙ୍କର ମାଗଣାରେ କେଶ କାଟିଥିଲେ। ସଲମାନ କହିଛନ୍ତି ଯେ ପୁଅ କିମ୍ବା ଝିଅ ଜନ୍ମ ହେଉ, ତାଙ୍କ ପାଇଁ ଉଭୟ ସମାନ। ଘରେ ଯେତେବେଳେ ଏକ ଶିଶୁ ଜନ୍ମ ହୁଏ, ମୋ ପାଇଁ ଉତ୍ସବ ମନାଇବା ପାଇଁ ସୁଯୋଗ ସୃଷ୍ଟି କରିଦିଏ |

The post ଝିଅ ଜନ୍ମହେବା ଖୁସିରେ ୪୦୦ ଲୋକଙ୍କର ମାଗଣାରେ କେଶ କାଟିଲେ ଏହି ସେଲୁନ ମାଲିକ first appeared on Sambad.



from ବିଶେଷ – Sambad https://ift.tt/399DsX1

Post a Comment

0 Comments