ଆସାମର ‘ଲେମ୍ବୁ ଗ୍ରାମ’, ଯେଉଁଠି ରହିଛି କୋଡ଼ିଏ ହଜାରରୁ ଅଧିକ ଲେମ୍ବୁ ଗଛ

ଆସାମର ନାଲବାରୀ ଜିଲ୍ଲାର ଏକ ଗ୍ରାମରେ ହଜାର ହଜାର ଲେମ୍ବୁ ଗଛ ଲଗାଇ, ସେଠାକାର ବାସିନ୍ଦାଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବାର ପ୍ରୟାସ ଜାରିରହିଛି। କିଛି ବର୍ଷ ତଳେ, ‘ଗୋଟିଏ ଗ୍ରାମ, ଗୋଟିଏ ବୃକ୍ଷ’ ଯୋଜନାରେ ଏକ ସ୍ଥାନୀୟ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୋରା ଗ୍ରାମକୁ ‘ଲେମ୍ବୁ ଗ୍ରାମ’ରେ ପରିଣତ କରିଥିଲା। ଜାପାନ ଓ ଥାଇଲାଣ୍ତ୍‌ରେ ଏ ଭଳି ପ୍ରକଳ୍ପର ସଫଳତାକୁ ଦେଖି, ବିଦେଶୀ ସ୍ବେଚ୍ଛାସେବୀ ଏବ˚ ଚାଷ-ପ୍ରଣାଳୀ ସାହାଯ୍ୟରେ ଅରୋରାରେ କୋଡ଼ିଏ ହଜାରରୁ ଅଧିକ ଲେମ୍ବୁ ଗଛ ରୋପଣ କରାଯାଇଛି। ଲେମ୍ବୁ ପାଇଁ ବଜାରର ଅଭାବ ନାହିଁ। ତେଣୁ, ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାର କ୍ରମାଗତ ଭାବେ ବଢ଼ୁଛି। ସେହି ଅଞ୍ଚଳର ଜଳବାୟୁ ଲେମ୍ବୁ ଚାଷ ନିମନ୍ତେ ଅନୁକୂଳ। ଅରୋରାର ପ୍ରାୟ ଛଅ ଶହ କୃଷକ ପରିବାର ଏହା ଦ୍ବାରା ବିଶେଷ ଭାବେ ଉପକୃତ ହେଉଛନ୍ତି। ସେଠାରେ ଲେମ୍ବୁ-ଭିତ୍ତିକ ଏକାଧିକ ଶିଳ୍ପ ବସିଲାଣି।

The post ଆସାମର ‘ଲେମ୍ବୁ ଗ୍ରାମ’, ଯେଉଁଠି ରହିଛି କୋଡ଼ିଏ ହଜାରରୁ ଅଧିକ ଲେମ୍ବୁ ଗଛ first appeared on Sambad.



from ବିଶେଷ – Sambad https://ift.tt/2JQpOj4

Post a Comment

0 Comments