ଟ୍ରାଫିକ ବ୍ୟବସ୍ଥାକୁ ଫୁ: ଗୋଟିଏ ବାଇକରେ ୬ ଜଣଙ୍କୁ ବସାଇ ନେଉଥିଲେ ବାଇକ ଚାଳକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଏବଂ ଭିଡିଓ ପୋଷ୍ଟ ହୋଇଥାଏ। ଏହା ମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ରହିଛି ଯାହାକି କିଛି ସମୟ ମଧ୍ୟରେ ‌ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥାଏ। ନିକଟରେ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ବେଳେ ପୁଲିସ ଯାଞ୍ଚ ବି ‌ଜୋରସୋର ଚାଲିଛି। ଏହାରି ମଧ୍ୟରେ ଜଣେ ବ୍ୟକ୍ତି ଗୋଟିଏ ବାଇକରେ ୬ ଜଣଙ୍କୁ ବସାଇ ନେଉଛନ୍ତି। ଆଉ ଏ ଦୃଶ୍ୟ ଦେଖି ଜଣେ ପୁଲିସ କର୍ମଚାରୀ ହାତଯୋଡ଼ି ଦେଇଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ଭାଇରାଲ ହେଉଥିବା ଫଟୋଟି ବିହାରର ବୋଲି ସୂଚନା ମିଳିଛି। ଏଥିରେ ବାଇକ ଆଗରେ ୩ଜଣ ଶିଶୁ ବସିଥିବା ବେଳେ ଜଣେ ବ୍ୟକ୍ତି ଗାଡି ଚଳାଉଛନ୍ତି ଏବଂ ତାଙ୍କ ପଛକୁ ଜଣେ ମହିଳାଙ୍କ ସମେତ ୨ଜଣ ଶିଶୁ ବସିଛନ୍ତି । ରାସ୍ତାରେ ଗାଡ଼ି ତନଖି ଚାଲିଥିବା ବେଳେ ଉକ୍ତ ବାଇକ ଚାଳକ ଜଣକ ପୁଲିସ ହାବୁଡ଼ରେ ପଡ଼ି ଯାଇଥିଲେ।

ପୁଲିସ କର୍ମଚାରୀ ଏ ଦୃଶ୍ୟ ଦେଖି ଉକ୍ତ ବ୍ୟକ୍ତିଙ୍କ ଚାଲାଣ କାଟିବା ପୂର୍ବରୁ ଗାଡି ଆଗକୁ ଆସି ହାତ ଯୋଡି ଠିଆ ହୋଇ ଯାଇଥିଲେ । ଏହି ସମୟରେ ଘଟଣାସ୍ଥଳରେ ଥିବା କେହି ଜଣେ ଲୋକେ ଏହାର ଦୃଶ୍ୟ କ୍ୟାମେରାରେ କୈଦ କରି ନେଇଥିଲେ, ଯାହାକୁ ପୋଷ୍ଟ କରିବା ପରେ ଏହି ଫଟୋ ଭାଇରାଲ ହୋଇଯାଇଛି। ଏହି ଫଟୋକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବହୁ ମାତ୍ରାରେ ସେୟାର ବି କରୁଛନ୍ତି।

The post ଟ୍ରାଫିକ ବ୍ୟବସ୍ଥାକୁ ଫୁ: ଗୋଟିଏ ବାଇକରେ ୬ ଜଣଙ୍କୁ ବସାଇ ନେଉଥିଲେ ବାଇକ ଚାଳକ first appeared on Sambad.



from ବିଶେଷ – Sambad https://ift.tt/3no5i7e

Post a Comment

0 Comments