
ନୂଆଦିଲ୍ଲୀ: ଆପଣ ଆପଣଙ୍କ ଆଖିରେ ଦୁନିଆର ସବୁ ପ୍ରକାର ରଂଗ ଦେଖି ପାରୁଛନ୍ତି, ଉପଭୋଗ କରିପାରୁଛନ୍ତି। ଥରେ ଭାବନ୍ତୁ ତ ସେମାନଙ୍କ କଥା, ଯାହାଙ୍କର ଦୃଷ୍ଟି ଶକ୍ତି ଥାଇ ମଧ୍ୟ ରଂଗ ଦେଖିପାରନ୍ତି ନାହିଁ। ଆମେ କହୁଛୁ କଲର୍ ବ୍ଲାଇଣ୍ଡ୍ ବା ରଂଗକୁ ଦେଖିପାରୁ ନଥିବା ବ୍ୟକ୍ତିଙ୍କ କଥା।
ନିକଟରେ ସୋସିଆଲ୍ ମିଡିଆରେ ଜଣେ କଲର ବ୍ଲାଇଣ୍ଡ୍ ପିଲାର ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ଦୃଶ୍ୟମାନ ହୋଇଥିବା ପିଲା ଜଣକ ଦୁନିଆର ସବୁ ଜିନିଷକୁ ଦେଖିପାରନ୍ତି ମାତ୍ର ବେରଂଗ ଭାବେ। ତାଙ୍କୁ ସବୁ କିଛି କଳାଧଳା ଦିଶେ।
ତାଙ୍କ ନାଁ ମ୍ୟାକ୍ କିନ୍ଲେ। ଜାଣିବାକୁ ମିଳିଛି ଯେ ମ୍ୟାକ୍ଙ୍କ ଜୀବନରେ ଯେପରି ଏକ ଅଦ୍ଭୂତ ଖୁସି ଆସିଥିଲା, ଯେତେବେଳେ ତାଙ୍କ ବନ୍ଧୁମାନେ ତାଙ୍କୁ ଏକ କଲର୍ ବ୍ଲାଇଣ୍ଡ୍ ଚଷମା ଉପହାର ଦେଇଥିଲେ।
View this post on Instagram
ଚଷମାଟିକୁ ପିନ୍ଧିବା ପରେ ମ୍ୟାକ୍ଙ୍କୁ ସବୁ କିଛି ରଂଗିନ ଦିଶିଥିଲା। ସେହି ମୁହୂର୍ତ୍ତର ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ମ୍ୟାକ୍ଙ୍କ ଆନନ୍ଦିତ ହେବାର ଦୃଶ୍ୟ ଦେଖିବାକୁ ମିଳିଛି। ସେ ତାଙ୍କର ଏହି ବିଶେଷ ମୁହୂର୍ତ୍ତର ଭିଡିଓ ନିଜେ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ତାଙ୍କର ଏହି ଭିଡିଓଟି ଦେଖିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଖୁବ୍ ଭାବପ୍ରବଣ ହୋଇ ପଡ଼ିଛନ୍ତି।
ମ୍ୟାକ୍ ହେଉଛନ୍ତି ୨୨ ବର୍ଷୀୟ ଯୁବକ। ଭିଡିଓରେ ମ୍ୟାକ୍ କହିଛନ୍ତି ଯେ ତାଙ୍କ ସାଙ୍ଗମାନେ ଏହାକୁ ପିନ୍ଧିବାକୁ କହିଥିଲେ। ସେ ଚଷମାଟିକୁ ପିନ୍ଧିବା ପରେ ତାଙ୍କ ଚାରିପାଖରେ ଥିବା ବିଭିନ୍ନ ରଙ୍ଗର କାର୍, ବୁଦା ଏବଂ ଆଖପାଖରେ ଥିବା ଅନ୍ୟାନ୍ୟ ଜିନିଷକୁ ଲକ୍ଷ୍ୟ କରି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
The post ଯେତେବେଳେ ଜଣେ ବର୍ଣ୍ଣାନ୍ଧ ଯୁବକଙ୍କୁ ରଂଗିନ ଚଷମା ଉପହାର ଦେଲେ ବନ୍ଧୁ..ଏପରି ଥିଲା ତାଙ୍କ ଖୁସିର ମୁହୂର୍ତ୍ତ first appeared on Sambad.
from ବିଶେଷ – Sambad https://ift.tt/2MPo62E
0 Comments