ଥରକରୁ ଅଧିକ ଶୌଚାଳୟ ବ୍ୟବହାର କଲେ ଜରିମାନା!

‘ଆଂପୁ ଇଲେକ୍‌ଟ୍ରିକ୍‌ ସାଇନ୍‌ସ ଆଣ୍ଡ୍‌ ଟେକ୍‌ନୋଲୋଜି’ ନାମକ ଚାଇନିଜ୍‌ କଂପାନି ନିଜର କର୍ମଚାରୀଙ୍କ ପାଇଁ ଏହି ବିଚିତ୍ର ନିୟମ ଲାଗୁକରିଛି। ଯେଉଁ କର୍ମଚାରୀ ଦିନରେ ଥରକରୁ ଅଧିକ ଥର ଶୌଚାଳୟ ବ୍ୟବହାର କରିବ, ତାଙ୍କୁ ଜରିମାନା ଦେବାକୁ ପଡ଼ିବ। ଜରିମାନାର ପରିମାଣ ଭାରତୀୟ ମୁଦ୍ରାରେ ପ୍ରାୟ ଅଢ଼େଇ ଶହ ଟଙ୍କା।

କଂପାନିର କାର୍ଯ୍ୟାଳୟ ଗ୍ବାଂଗ୍‌ଡଂ ପ୍ରଦେଶର ଡୋଂଗ୍ବାନ୍‌ରେ ଅବସ୍ଥିତ। ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ଶହେରୁ ଅଧିକ। ଡିସେମ୍ବର୍‌ ଶେଷ ସପ୍ତାହରେ ନିୟମ ଲାଗୁକରାଯାଇଥିଲା। ଅଦ୍ୟାବଧି ପଚାଶରୁ ଅଧିକ କର୍ମଚାରୀ ଜରିମାନା ଗଣିସାରିଲେଣି। ଏହି ନୂଆ ନିୟମ କର୍ମଚାରୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ତେବେ, କଂପାନିର ମାଲିକ କୌଣସି ପ୍ରକାରର ବୁଝାମଣା କରିବାକୁ ରାଜିନାହାନ୍ତି। କର୍ମଚାରୀମାନେ ବାରମ୍ବାର ଶୌଚାଳୟକୁ ଯାଉଥିବାରୁ, କାମରେ ବିଘ୍ନ ସୃଷ୍ଟି ହେଉଛି। ତେଣୁ, ସେ ଏହି ନିୟମ ଲାଗୁକରିଥିବା ସଫେଇରେ କହିଛନ୍ତି।

The post ଥରକରୁ ଅଧିକ ଶୌଚାଳୟ ବ୍ୟବହାର କଲେ ଜରିମାନା! first appeared on Sambad.



from ବିଶେଷ – Sambad https://ift.tt/3bm5yRH

Post a Comment

0 Comments