ବିକ୍ରି ଅପେକ୍ଷାରେ କାରାଗାର

ସାଧାରଣ ବାସଭବନ ପରି ଦିଶୁଥିଲେ ହେଁ ଏହି ଘରଟି ଏକଦା ଏକ କାରାଗାର ଥିଲା। ପୁରୁଣାକାଳିଆ ଘରଟି ଅଛି ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଭର‌୍‌ମନ୍‌ଟର ଗ୍ବିଡ୍‌ହଲ୍‌ରେ। ଘରର ରଙ୍ଗ ଧଳା ଓ ସବୁଜ। ୨୧୯୦ ବର୍ଗ ଫୁଟ୍‌ ସ୍ଥାନରେ ଛିଡ଼ାହୋଇଥିବା ଘର ଚାରି ପାଖେ କୌଣସି ପ୍ରାଚୀର ନାହିଁ। ଘରଟି ୧୮୮୦ରେ ତିଆରି ହୋଇଥିଲେ ହେଁ ଉତ୍ତମ ରକ୍ଷଣାବେକ୍ଷଣ ଯୋଗୁଁ ଏବେ ବି ଭଲ ଅବସ୍ଥାରେ ଅଛି।

୧୯୬୯ ପର୍ଯ୍ୟନ୍ତ ଏହାକୁ ବନ୍ଦିଶାଳା ଭାବେ ବ୍ୟବହାର କରାଯାଉଥିଲା। ଏହା ଥିଲା ଜେଲର‌୍‌ ବା କାରାଗାର ଅଧିକାରୀଙ୍କ ବାସଭବନ ତଥା ବନ୍ଦିଶାଳା। ସାତଟି ସେଲ୍‌ ବା କୋଠରିରେ ବନ୍ଦୀ ରହୁଥିଲେ। ଐତିହାସିକ କାରାଗାରଟି ଏବେ ବିକ୍ରି ଅପେକ୍ଷାରେ। ଯେଉଁ ମୂଲ୍ୟ ରଖାଯାଇଛି, ଭାରତୀୟ ମୁଦ୍ରାରେ ତାହା ହେବ ପ୍ରାୟ ଏକ କୋଟି ଦଶ ଲକ୍ଷ ଟଙ୍କା।

The post ବିକ୍ରି ଅପେକ୍ଷାରେ କାରାଗାର first appeared on Sambad.



from ବିଶେଷ – Sambad https://ift.tt/35TMAhJ

Post a Comment

0 Comments