କୁକୁଡ଼ା ଦ୍ୱୀପ

ହଓ୍ୱାଇ ଅନ୍ତର୍ଗତ କଓ୍ୱାଇକୁ ଏବେ କୁହାଯାଉଛି ‘କୁକୁଡ଼ା ଦ୍ୱୀପ’। କାରଣ ଏହି ଛୋଟିଆ ଦ୍ୱୀପରେ ଏବେ ଜଙ୍ଗଲୀ କୁକୁଡ଼ାଙ୍କ ସ˚ଖ୍ୟା ମଣିଷଙ୍କଠାରୁ ଅଧିକ ହୋଇଗଲାଣି। ସାଧାରଣତଃ ଜଙ୍ଗଲୀ କୁକୁଡ଼ା ରାତ୍ରିଚର; ତେବେ, ଏଗୁଡ଼ିକ ଦିବାଚର। ଏମାନଙ୍କ ସ˚ଖ୍ୟା ଆଉ ଜଙ୍ଗଲ ଭିତରେ ସୀମିତ ହୋଇରହିନାହିଁ। ଗ୍ୟାସ୍‌ ଫିଲି˚ ଷ୍ଟେସନ୍‌ଠାରୁ ଆରମ୍ଭ କରି ସ୍ଥାନୀୟ ବିମାନ ବନ୍ଦର, ବେଳାଭୂମି, ରାସ୍ତା-ଘାଟ ସବୁଆଡ଼େ ଏଗୁଡ଼ିକ ଆଖିରେ ପଡ଼ୁଛନ୍ତି। କଵାଇ ଦ୍ବୀପ ହଜାରେ ବର୍ଷରୁ ଅଧିକ କାଳ ହେଲା, ଜଙ୍ଗଲୀ କୁକୁଡ଼ାଙ୍କ ବାସସ୍ଥାନ। ସ୍ଥାନୀୟ ଭାଷାରେ ଏହାର ନାମ- ‘ମୋଆ’।

Counting My Chickens

‘ମୋଆ’ଙ୍କ ସ˚ଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି। ଏହାର ଏକାଧିକ କାରଣ। ପ୍ରଥମ କାରଣ ହେଲା, ଦ୍ବୀପରେ କୁକୁଡ଼ା ଶିକାରୀ ପ୍ରାଣୀ ନାହାନ୍ତି। କଵାଇବାସୀ ଜଙ୍ଗଲୀ କୁକୁଡ଼ା ଖାଆନ୍ତିନାହିଁ। କାରଣ ଏହାର ମା˚ସ ସ୍ବାଦିଷ୍ଠ ନୁହେଁ। ପୁଣି, ଯେତେ ସମୟ ସିଝାଇଲେ ବି ନରମ ହୁଏନାହିଁ। ତେଣୁ, ମଣିଷଙ୍କ ଖାଦ୍ୟ ମଧ୍ୟ ନୁହେଁ। ‘ମୋଆ’ର ଅଣ୍ତା ଖାଦ୍ୟ ଉପଯୋଗୀ। ହେଲେ, ମାଈ ‘ମୋଆ’ ଅତି ଘଞ୍ଚ ସ୍ଥାନରେ ଲୁଚେଇ ଅଣ୍ତା ଦେଉଥିବାରୁ, ତାହା ସହଜରେ ମଣିଷ ଆଖିରେ ପଡ଼େନାହିଁ। ତେଣୁ, ଶହ ଶହ ଚିଆଁ ଦିବାଲୋକ ଦେଖୁଛନ୍ତି ଏବ˚ ସ˚ଖ୍ୟା ବଢ଼ିଚାଲିଛି।

The post କୁକୁଡ଼ା ଦ୍ୱୀପ first appeared on Sambad.



from ବିଶେଷ – Sambad https://ift.tt/3qpNEBY

Post a Comment

0 Comments