ଆଣ୍ଠୁଏ ବହଳର ବରଫ ଉପରେ ଚାଲି ଚାଲି ମହିଳାଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇଲେ ଯବାନ, ଜନ୍ମନେଲା ଶିଶୁପୁତ୍ର

ଶ୍ରୀନଗର: କିଛି ଦିନ ତଳେ ଘଟିଥିବା ଏକ ଘଟଣା ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଥିଲା। ଘଟଣାଟି ଥିଲା ଏପରି। ପ୍ରବଳ ତୁଷାରପାତ ହେତୁ କାଶ୍ମୀରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହେବା କାରଣରୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଗର୍ଭବତୀ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲା ଭାରତୀୟ ସେନା। ଆଣ୍ଠୁଏ ବହଳର ବରଫ ଭିତରେ ଚାଲି ଚାଲି ମହିଳାଙ୍କୁ କାନ୍ଧରେ ବୋହି ନେଇ ହସ୍ପିଟାଲ୍‌ରେ ପହଞ୍ଚିଥିଲେ ଭାରତୀୟ ଯବାନ।

ମହିଳା ଜଣକ ଥିଲେ ଜମ୍ମୁ-କଶ୍ମୀର କୁପୱାରାର କରଲପୁରର। ଯବାନମାନେ ବରଫପାତକୁ ଖାତିର ନକରି ପ୍ରାୟ ୨ କିଲୋମିଟର ବାଟ ଚାଲି ମହିଳାଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇଥିଲେ। ମହିଳା ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜମ୍ମୁ-କଶ୍ମୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ତୁଷାରପାତ ହେତୁ ରାସ୍ତା ଅବରୋଧ ହୋଇଥିଲା। ଏପରିକି ରାସ୍ତା ସଫା କରି ଲୋକମାନଙ୍କୁ ସେବା ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲେ ବି ୭୨ ଘଣ୍ଟାର ଲଗାଣ ତୁଷାରପାତ ହେତୁ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇପାରି ନଥିଲା।

ସେହି ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣେ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରି ସେନାର ଏକ ଟିମ୍‌ ହସ୍ପିଟାଲ୍‌ରେ ପହଞ୍ଚାଇଥିଲା। ହସ୍ପିଟାଲ୍‌ରେ ମହିଳା ଜଣକ ଏକ ସୁସ୍ଥ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।

ସେନାର ଏହି ଟିମ୍‌ ନିକଟରୁ ଫୋନ‌ କରି ସାହାଯ୍ୟ ମାଗିଥିଲେ ମହିଳାଙ୍କ ପରିବାର ଲୋକେ। ପରିବାର ଲୋକଙ୍କଠାରୁ କଲ୍‌ ପାଇବା ପରେ ସେନାର ଏକ ଟିମ୍‌ ମହିଳାଙ୍କୁ କାନ୍ଧରେ ବୋହି ନେଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।

The post ଆଣ୍ଠୁଏ ବହଳର ବରଫ ଉପରେ ଚାଲି ଚାଲି ମହିଳାଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇଲେ ଯବାନ, ଜନ୍ମନେଲା ଶିଶୁପୁତ୍ର first appeared on Sambad.



from ବିଶେଷ – Sambad https://ift.tt/3bRhWJC

Post a Comment

0 Comments