
୨୦୦୬ରୁ ପ୍ରତି ବର୍ଷ ଜାନୁଆରି ୪ ତାରିଖରେ ପାଳିତ ହେଉଛି ‘ବିଶ୍ବ ସମ୍ମୋହନ ବିଦ୍ୟା ଦିବସ’ ବା ‘ଵାର୍ଲ୍ଡ ହିପ୍ନୋଟିଜମ୍ ଡେ’। ଆଧୁନିକ ସମ୍ମୋହନ ବିଦ୍ୟାର ଜନକ ଆଇରିସ୍ ଗବେଷକ ଡ. ଜ୍ୟାକ୍ ଷ୍ଟାନ୍ଲେ ଗିବ୍ସନ୍ଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଉଛି। ଏହି ବିଦ୍ୟା ମାଧ୍ୟମରେ ସେ ମାନସିକ ରୋଗୀଙ୍କ ଚିକିତ୍ସା କରୁଥିଲେ।
ଏକଦା ସମ୍ମୋହନ ବିଦ୍ୟା ସ˚ପର୍କରେ ସମାଜରେ ନାନା ଭ୍ରାନ୍ତ ଧାରଣା ଥିଲା। ଏହା ଦ୍ବାରା ଅନ୍ୟର ମନକୁ ନିୟନ୍ତ୍ରିତ କରିବା ସଂଭବ ବୋଲି ଅନେକ ଭାବୁଥିଲେ। ପ୍ରଚଳିତ ଧାରଣା ଭ୍ରମାତ୍ମକ ବୋଲି ଡ. ଗିବ୍ସନ୍ ପ୍ରମାଣିତ କରିଥିଲେ। ଫଳରେ ଏହି ବିଷୟ ପ୍ରତି ମନୋବିଜ୍ଞାନୀଙ୍କ ଦୃଷ୍ଟି ଆକର୍ଷିତ ହେବା ସହ ନୂଆ ନୂଆ ଗବେଷଣା ପାଇଁ ବାଟ ଉନ୍ମୁକ୍ତ ହୋଇଥିଲା। ତାଙ୍କ ପୂର୍ବରୁ ଜର୍ମାନ୍ ଚିକିତ୍ସକ ଡ. ଫ୍ରାନ୍ଜ ମସ୍ମେର୍ ଏହା ମାଧ୍ୟମରେ ରୋଗୀଙ୍କ ଚିକିତ୍ସା କରୁଥିଲେ। ତାଙ୍କ ନାମାନୁଯାୟୀ ଏହି ବିଦ୍ୟାକୁ ପ୍ରଥମେ ‘ମସ୍ମେରିଜମ୍’ କହାଯାଉଥିଲା। ‘ହିପ୍ନୋସିସ୍’ ଶବ୍ଦର ଉତ୍ପତ୍ତି ଗ୍ରିକ୍ ଶବ୍ଦ ‘ହିପ୍ନୋସ୍’ରୁ; ଏହାର ଅର୍ଥ ‘ଶୋଇବା’। ଏହା ମାଧ୍ୟମରେ ନିଦ୍ରାହୀନତା, ବିସ୍ମୃତି, ନିଦ୍ରାରେ ଚାଲିବା ଭଳି ସମସ୍ୟା ଦୂରକରାଯାଇପାରୁଛି।
The post ବିଶ୍ୱ ସମ୍ମୋହନ ବିଦ୍ୟା ଦିବସ ଆଜି first appeared on Sambad.
from ବିଶେଷ – Sambad https://ift.tt/38ZBMiS
0 Comments