
ହାଇଦ୍ରାବାଦ୍: ପ୍ରତ୍ୟେକ ଗାଡ଼ି ଚାଳକଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାଧ୍ୟତାମୂଳକ। ମାତ୍ର ହାଇଦ୍ରାବାଦ୍ରେ ଏକ ଏପରି ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ୍ ହୋଇଛି ଯାହାକୁ ଚଳାଇବା ପାଇଁ ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ନାହିଁ।
ଗାଡ଼ିଟି ଆନ୍ତର୍ଜାତୀୟ ଅଟୋମୋବାଇଲ୍ ଟେକ୍ନୋଲୋଜି କେନ୍ଦ୍ର(ଆଇସିଏଟି) ଦ୍ବାରା ବିକଶିତ ହୋଇଛି। ଏହା ଏକ ସ୍ବଳ୍ପ ଗତିର ମୋଟରସାଇକେଲ ହୋଇଥିବାରୁ ଏହାକୁ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି।
ଏହି ବାଇକ୍ଟିକୁ ବିକଶିତ କରିବା ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗି ଯାଇଥିଲା। ଗାଡ଼ିଟି ବ୍ୟୟବହୁଳ ହେଲେ ବି ଖୁବ୍ ଷ୍ଟାଇଲିସ୍ ବୋଲି ଅଟୋମୋବାଇଲର ପ୍ରତିଷ୍ଠାତା ଭାମ୍ସି ଗାଡାମ୍ କହିଛନ୍ତି।
୨୦୧୧ ମସିହାରେ ଆମେରିକାର ପର୍ଡୁ ବିଶ୍ବବିଦ୍ୟାଳୟରୁ ବିଜିନେସ୍ ମ୍ୟାନେଜ୍ମେଣ୍ଟ୍ ଡିଗ୍ରି ସମାପ୍ତ କରିବା ପରେ ଭାମସି ହାଇଦ୍ରାବାଦକୁ ଫେରି ତାଙ୍କ ପରିବାର ବ୍ୟବସାୟ ବିଶାଖା ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ କାମ କରିବା ଆରମ୍ଭ କରିଥିଲେ। ସେଠାରେ ସେ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ପାଇଥିଲେ।
ଏହି ବାଇକ୍ଟିକୁ ବିକାଶ କରିବାକୁ ଭାମ୍ସି ଓ ତାଙ୍କ ୧୦ ଜଣିଆ ବିଶିଷ୍ଟ୍ ଟିମ୍କୁ ୩ ବର୍ଷ ସମୟ ଲାଗିଥିଲା। ଏହାର ଓଜନ ୩୫ କିଲୋ ହୋଇଥିବା ବେଳେ ବାଇକ୍ଟଇ ସର୍ବାଧିକ ଘଣ୍ଟାକୁ ୨୫ କିଲୋମିଟର୍ ଯାତ୍ରା କରିପାରିବ। ଗାଡ଼ିଟିର ୨ ବର୍ଷ ୱାରେଣ୍ଟି ରହୁଛି। ବିଶେଷ କରି ଏହା ଯୁବପିଢ଼ିଙ୍କ ପାଇଁ ବେଶି ଉପଯୁକ୍ତ।
The post ଏହି ବାଇକ୍ ପାଇଁ ଦରକାର ନାହିଁ ଡ୍ରାଇଭିଂ ଲାଇସେନ୍ସ, ଯୁବପିଢ଼ିଙ୍କୁ ସୁହାଇବା ପରି ଏହା ଅନ୍ୟତମ ଷ୍ଟାଇଲିସ୍ ଗାଡ଼ି first appeared on Sambad.
from ବିଶେଷ – Sambad https://ift.tt/2JJ3ckB
0 Comments