ରହସ୍ୟମୟ ରୂପକୁଣ୍ତ

ଉତ୍ତରାଖଣ୍ଡର ଦୁର୍ଗମ ବରଫାବୃତ ଅଞ୍ଚଳରେ ୧୬,୫୦୦ ଫୁଟ୍‌ ଉଚ୍ଚତାରେ ଅଛି ‘ରୂପକୁଣ୍ତ’ ନାମକ ହ୍ରଦ। ସ୍ଥାନଟି ରହସ୍ୟମୟ ଏବଂ ‘ରୂପକୁଣ୍ଡ’, ‘କଙ୍କାଳ ହ୍ରଦ’ ଭାବେ ଜଣାଶୁଣା। କାରଣ, ହ୍ରଦ ଆଖ-ପାଖରେ ଗଦା ଗଦା ନର-କଙ୍କାଳ ପଡ଼ିଛି। ବରଫ ଭିତରେ ମଧ୍ୟ କଙ୍କାଳ ପୋତିହୋଇରହିଥିବା ବିଶ୍ବାସ କରାଯାଏ। ଅଧିକା˚ଶ ସମୟରେ ବରଫ ପାଲଟିଯାଉଥିବା ଯୋଗୁଁ ହ୍ରଦରେ କ୍ବଚିତ୍‌ ଜଳ ଦିଶେ। ୧୯୪୨ରେ ପ୍ରଥମ ଥର ପାଇଁ କଙ୍କାଳଗୁଡ଼ିକ ବାବଦରେ ଖବର ପ୍ରସାରିତ ହୋଇଥିଲା। ଆଧୁନିକ ଜ୍ଞାନ-କୌଶଳ ଅଭାବରୁ ୨୦୦୩ ପର୍ଯ୍ୟନ୍ତ ବିଧିବଦ୍ଧ ପରୀକ୍ଷା ସ˚ଭବ ହୋଇପାରି ନ ଥିଲା। ନିର୍ଦିଷ୍ଟ ଭାବେ କେଉଁ କାରଣରୁ ‘ରୂପକୁଣ୍ଡ’ରେ ଏତେ ସ˚ଖ୍ୟକ ଲୋକଙ୍କ ଜୀବନ ଯାଇଥିଲା, ଅଜଣା ରହିଛି।

Reddit

ତେବେ, ମର୍ମଘାତୀ କାଣ୍ଡ ନବମ ଶତାବ୍ଦୀରେ ଘଟିଥିବା, କାର୍ବନ୍‌-ଡେଟି˚ ପରୀକ୍ଷାରୁ ପ୍ରମାଣିତ। ‘ରୂପକୁଣ୍ଡ’ ଯାତ୍ରା ଅତି କଷ୍ଟକର। ସ୍ଥାନୀୟ ଲୋକେ ବାର ବର୍ଷରେ ଥରେ, ‘ନନ୍ଦା ଜାତ’ ପର୍ବ ଅବସରରେ, ବଡ଼ ଦଳରେ ଆସନ୍ତି। ଉକ୍ତ ଯାତ୍ରା ନନ୍ଦାଦେବୀଙ୍କୁ ସମର୍ପିତ। କୌଣସି ଏକ ଯାତ୍ରା ବେଳେ ଭୂ-ସ୍ଖଳନ କିଂବା ହିମବାହ ଯୋଗୁଁ ଯାତ୍ରୀମାନେ ପ୍ରାଣ ହରାଇଥିବା ଅନୁମାନ କରାଯାଏ। ଦେବତାଙ୍କ ଶାପରୁ ଲୋକେ ମରିଥିବା ସ୍ଥାନୀୟ ଲୋକେ ବିଶ୍ବାସ କରନ୍ତି। କେବଳ ଚାଲିଚାଲି ‘ରୂପକୁଣ୍ଡ’ରେ ପହଞ୍ଚିବା ସଂଭବ। ପଥରେ ବିଭିନ୍ନ ସ୍ଥାନରେ ରାତ୍ରିଯାପନ କରିବାକୁ ପଡ଼େ। ଯାତ୍ରାର ଶେଷ ଭାଗ ଅତି କଷ୍ଟକର। ସ୍ଥାନଟି ଅଭିଶପ୍ତ ହୋଇଥିବାରୁ କେବଳ ଦୁଃସାହସୀମାନେ ‘ରୂପକୁଣ୍ଡ’ ଯାଉଥିବା ପ୍ରକାଶ।

The post ରହସ୍ୟମୟ ରୂପକୁଣ୍ତ first appeared on Sambad.



from ବିଶେଷ – Sambad https://ift.tt/3pO2j9U

Post a Comment

0 Comments