
୪ ଜାନୁଆରି ୧୮୦୯ରେ ଫ୍ରାନ୍ସରେ ଜନ୍ମ ହୋଇଥିଲେ ଦୃଷ୍ଟିହୀନଙ୍କ ପାଇଁ ଉଦ୍ଦିଷ୍ଟ ବ୍ରେଲି ଲିପିର ସ୍ରଷ୍ଟା ଲୁଇ ବ୍ରେଲି। ତାଙ୍କ ସ୍ମୃତିରେ ପ୍ରତି ବର୍ଷ ‘ବିଶ୍ବ ବ୍ରେଲି ଦିବସ’ ପାଳନ କରାଯାଉଛି। ଫରାସୀ ସେନାର କ୍ରିପ୍ଟୋଗ୍ରାଫର୍ ଚାର୍ଲ୍ସ ବାର୍ବିୟେଁଙ୍କ ‘ନାଇଟ୍ ରାଇଟିଂ’ ଲିପି ଦ୍ବାରା ଅନୁପ୍ରାଣିତ ହୋଇ ବ୍ରେଲି, ଦୃଷ୍ଟିହୀନମାନେ ପଢ଼ିବା ପାଇଁ ସାଙ୍କେତିକ ଲିପି ଉଦ୍ଭାବନ କରିଥିଲେ। ସେତେବେଳେ ତାଙ୍କୁ ପନ୍ଦର ବର୍ଷ। ୧୮୨୯ରେ ସେ ପ୍ରଥମ ବ୍ରେଲି ପୁସ୍ତକ ଛାପିଥିଲେ। ବ୍ରେଲି ମାଧ୍ୟମରେ ଦୃଷ୍ଟିହୀନମାନେ ଯେକୌଣସି ଭାଷା ପଢ଼ିପାରନ୍ତି। ଆକାର ଦୃଷ୍ଟିରୁ ସାଧାରଣ ଲିପି ତୁଳନାରେ ବ୍ରେଲି ଲିପି ଅନ୍ୟୂନ ଦଶ ଗୁଣ ବଡ଼। ଏହି ଲିପି ବ୍ରେଲି ମେସିନ୍ରେ ପ୍ରସ୍ତୁତ କରାଯାଏ। ଲୁଇ ବ୍ରେଲି ଅର୍ଗାନ୍ ଓ ସେଲୋ ବାଦ୍ୟ ବଜାଇବାେର ପ୍ରବୀଣ ଥିଲେ। ସେ ଯେଉଁ ବିଦ୍ୟାଳୟରେ ପଢ଼ିଥିଲେ, ପରେ ସେହିଠାରେ ହିଁ ଶିକ୍ଷକତା କରିଥିଲେ। ମାତ୍ର ତେୟାଳିଶ ବର୍ଷ ବୟସରେ ରାଜଯକ୍ଷ୍ମାରେ ଆକ୍ରାନ୍ତ ହୋଇ, ତାଙ୍କର ପରଲୋକ ହୋଇଥିଲା।
The post ବିଶ୍ୱ ବ୍ରେଲି ଦିବସ first appeared on Sambad.
from ବିଶେଷ – Sambad https://ift.tt/3pPuWmL
0 Comments