
ଆଧୁନିକ ସ୍ଥାପତ୍ୟ ଏବ˚ ଚିତ୍ର-କଳା ଦୁନିଆରେ ସାନିନ୍ ଇରିନ୍ ଏକ ସୁପରିଚିତ ନାମ। ଶୈଶବରୁ ଗଡ଼ିଆସିଥିବା ତାଙ୍କର ମୁଖ୍ୟ ନିଶା ହେଉଛି, ବିଚିତ୍ର କଂଢ଼େଇ ସୃଷ୍ଟି। ତାଙ୍କର ସବୁଠାରୁ ପ୍ରିୟ ବିଷୟ ହେଉଛି ‘ମମି’। ତାଙ୍କ ଭାଷାରେ- ମମି ହେଉଛି ପ୍ରାଚୀନ ସ˚ସ୍କୃତିର ଅପଢ଼ା ବହି। ଆଉ ସବୁ ମମିଙ୍କର ନିଜସ୍ବ ବିଷୟ ରହିଛି। ‘ସାନ୍ ଫ୍ରାନ୍ସିସ୍କୋ ଆର୍ଟ୍ ଇନ୍ଷ୍ଟିଚ୍ୟୁଟ୍’ରୁ କଳାରେ ସ୍ନାତକ ଉତ୍ତୀର୍ଣ୍ଣ ଇରିନ୍ଙ୍କର ବିଭିନ୍ନ କଳାକୃତି ସ୍ବଦେଶ ଯୁକ୍ତରାଷ୍ଟ୍ର ଆମେରିକା ସହ ଅଷ୍ଟ୍ରେଲିଆ, ଇ˚ଲଣ୍ତ୍, ନର୍େୱ, ଫ୍ରାନ୍ସ, ଜର୍ମାନି ଏବ˚ କାନାଡାରେ ପ୍ରଦର୍ଶିତ ହେଇଛି। ନିଜର ପ୍ରଦର୍ଶନୀରେ ସେ ମୁଖ୍ୟତଃ କଣ୍ଢେଇକୁ ମାଧୢମ ରୂପେ ବ୍ୟବହାର କରନ୍ତି। ପାର˚ପରିକତା ବାହାରେ କିଛି ନୂଆ ସୃଷ୍ଟି କରିବା ସର୍ବଦା ତାଙ୍କର ଲକ୍ଷ୍ୟ ରହିଆସିଛି।
The post ମମି କଣ୍ଢେଇ first appeared on Sambad.
from ବିଶେଷ – Sambad https://ift.tt/3qVds94
0 Comments