ସାଧାରଣତନ୍ତ୍ର ଦିବସ

ଆଜି ଆମ ଦେଶର ‘ସାଧାରଣତନ୍ତ୍ର ଦିବସ’। ଏହା ଜାନୁଆରି ୨୬ରେ କାହିଁକି ପାଳନ କରାଯାଏ ଜାଣନ୍ତୁ।

ପ୍ରତୀକବାଦ ବିନା ବିଶ୍ବର କୌଣସି ରାଜନୈତିକ ଆନ୍ଦୋଳନ ସଫଳ ହୋଇନାହିଁ। ଭାରତୀୟ ସ୍ବାଧୀନତା ସ˚ଗ୍ରାମ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନ ଥିଲା। ଜାନୁଆରି ୨୬ ଏ ଭଳି ଏକ ପ୍ରତୀକ। ଭାରତୀୟ ଜାତୀୟ କ˚ଗ୍ରେସର ଲାହୌର ଅଧିବେଶନ ୧୯୩୦ରେ ବସିଥିଲା। ଏଥିରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳିତ ହୋଇଥିଲା ଏବ˚ ପୂର୍ଣ୍ଣ ସ୍ବରାଜ ପାଇଁ ଆହ୍ବାନ ଦିଆଯାଇଥିଲା। ପର ବର୍ଷ ଜାନୁଆରି ୨୬ ତାରିଖରେ ସ୍ବାଧୀନତା ଦିବସ ପାଳିତ ହେବ ବୋଲି ସେଥିରେ ଜୋର‌୍‌ ଦିଆଯାଇଥିଲେ ହେଁ, ସେଥିରେ ସଂଗ୍ରାମୀମାନେ ସଫଳ ହୋଇପାରି ନ ଥିଲେ। କିନ୍ତୁ, ସଭିଏଁ ଏକ ମନ, ଏକ ପ୍ରାଣ ହୋଇଥିଲେ, ସେହି ତାରିଖରେ ସ୍ବାଧୀନତା ଦିବସ ପାଳିବା ପାଇଁ। ସ୍ବାଧୀନତା ସ˚ପୂର୍ଣ୍ଣ ଭାବେ ଭାରତୀୟ ନେତାଙ୍କ ହାତରେ ନ ଥିଲା ଏବ˚ ବ୍ରିଟିସ୍‌ ଶାସକ ଏଥି ନିମନ୍ତେ ଅଗଷ୍ଟ ୧୫ ତାରିଖକୁ ବାଛିଥିଲେ। ଏଣୁ ସ୍ବାଧୀନତା ପରେ ୨୬ ଜାନୁଆରିରେ ଭାରତକୁ ସାଧାରଣତନ୍ତ୍ର ଘୋଷିତ କରାଯିବ ବୋଲି ସାମ୍ବିଧାନିକ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ସାମ୍ବିଧାନିକ ସଭା ନିଜ କାର୍ଯ୍ୟ ୧୯୪୯ ନଭେମ୍ବରରୁ ଶେଷ କରିସାରିଥିଲା। ସମ୍ବିଧାନକୁ ଲାଗୁ କରିବା ପାଇଁ ପର ବର୍ଷ ୨୬ ଜାନୁଆରି ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା।

The post ସାଧାରଣତନ୍ତ୍ର ଦିବସ first appeared on Sambad.



from ବିଶେଷ – Sambad https://ift.tt/2LW5AFS

Post a Comment

0 Comments