ଲଣ୍ଡନ୍‌ରେ ନିଲାମ ହେବ ମାଉଣ୍ଟ୍‌ବେଟେନ୍‌ଙ୍କ ଝିଅଙ୍କର ୩୫୦ଟି ବ୍ୟକ୍ତିଗତ ସାମଗ୍ରୀ

ଲଣ୍ଡନ୍‌: ଭାରତର ଶେଷ ଭାଇସ୍‌ରୟ ଲର୍ଡ ଲୁଇ ମାଉଣ୍ଟ୍‌ବେଟେନ୍‌ଙ୍କ ବଡ଼ଝିଅ ପାଟ୍ରିସିଆଙ୍କର ଗୋଟାଏ ହୀରାହାର, ଜୟପୁରରେ ନିର୍ମିତ ରତ୍ନଖଚିତ ହଳେ ହାତୀ ଓ ଅନେକ ଭାରତୀୟ ହସ୍ତଶିଳ୍ପ ସାମଗ୍ରୀ ସମେତ ୩୫୦ଟି ବ୍ୟକ୍ତିଗତ ସାମଗ୍ରୀ ମାର୍ଚ ମାସରେ ଲଣ୍ଡନ୍‌ରେ ନିଲାମ କରାଯିବ।

ଏହି ସମାଗ୍ରୀ ସବୁର ନିଲାମ ମୂଲ୍ୟ ୮୦ ପାଉଣ୍ଡ୍‌ରୁ ୧୦୦, ୦୦୦ ପର୍ଯ୍ୟନ୍ତ ହେବ ବୋଲି ଲଣ୍ଡନ୍‌ର ନିଲାମକାରୀ ‘ସୋଥିବାଏ’ କହିଛି। ନିଲାମ ସାମଗ୍ରୀରେ ଥିବା ‘ଡାଇମଣ୍ଡ୍‌ ସେଟ୍‌’ ଏବଂ ସବୁଜ ରତ୍ନଖଚିତ ସୁନାହାରଟି ଏକଦା ରାଣୀ ଭିକ୍ଟୋରିଆ ପିନ୍ଧୁଥିଲେ। ଏହି ସୁନାହାରରେ ଭିକ୍ଟୋରିଆଙ୍କ ସ୍ୱାମୀ ଆଲବର୍ଟଙ୍କ ପିଲାବେଳର ଏକ ପ୍ରତିକୃତି ରହିଛି। ଭିକ୍ଟୋରିଆଙ୍କ ଉତ୍ତରାଧିକାରୀଙ୍କସୂତ୍ରରୁ ଏହି ହାରଟି ଲୁଇସ୍‌ ମାଉଣ୍ଟ୍‌ବେଟେନ୍‌ ଏବଂ ତାଙ୍କ ଝିଅ ପାଟ୍ରିସିଆଙ୍କ ପାଖରେ ପହଞ୍ଚିଥିଲା।

Image Courtesy of The Times

ସେହିପରି ସୁନା ଓ ଏନାମେଲ୍‌ଦ୍ୱାରା ଜୟପୁରରେ ନିର୍ମିତ ହଳେ ହାତୀ ୧୯୪୬ ମସିହାରେ ୨୪ତମ ବିବାହବାର୍ଷିକୀ ଅବସରରେ ମାଉଣ୍ଟ୍‌ବେଟେନ୍‌ଙ୍କ ପତ୍ନୀ ଏଡ୍‌ଓ୍ଵିନାଙ୍କୁ ଉପହାର ଦିଆଯାଇଥିଲା। ଏହାର ମୂଲ୍ୟ ୨୦୦୦ ପାଉଣ୍ଡ୍‌ରୁ ୩୦୦୦ ପାଉଣ୍ଡ୍‌ ହେବ। ଏହାର ବଇଠିରେ ଲୁଇଙ୍କ ହସ୍ତାକ୍ଷରରେ ଖୋଦିତ ହୋଇଛି: ‘ଏଡ୍‌ଓ୍ଵିନା ଫ୍ରମ୍‌ ଡିକି’। ୧୯୨୨ ମସିହାରେ ଉଭୟଙ୍କର ଦିଲ୍ଲୀସ୍ଥିତ ଭାଇସ୍‌ରୟ ହାଉସ୍‌ରେ ନିର୍ବନ୍ଧ ହୋଇଥିଲା।

The post ଲଣ୍ଡନ୍‌ରେ ନିଲାମ ହେବ ମାଉଣ୍ଟ୍‌ବେଟେନ୍‌ଙ୍କ ଝିଅଙ୍କର ୩୫୦ଟି ବ୍ୟକ୍ତିଗତ ସାମଗ୍ରୀ first appeared on Sambad.



from ବିଶେଷ – Sambad https://ift.tt/3iK6P6Z

Post a Comment

0 Comments