୨୮୬ କୋଟି ଟଙ୍କା ମୂଲ୍ୟର ବିଷ!

ମଣିଷର ଜୀବନ ନେଉଥିବା ଅଧିକା˚ଶ ବିଷର ମୂଲ୍ୟ ବେଶ୍‌ ଅଧିକ। ସବୁଠାରୁ ମୂଲ୍ୟବାନ୍‌ ହେଉଛି ଡେଥ୍‌ଷ୍ଟକର‌୍‌ ନାମକ କଙ୍କଡ଼ାବିଛାର ବିଷ। ଏହାର ଗାଲନ୍‌(୧ ଗାଲନ୍‌= ୩.୭୮୫୪୧ ଲିଟର‌୍‌) ପିଛା ମୂଲ୍ୟ ୨୮୬ କୋଟି ୧୮ ଲକ୍ଷ ଟଙ୍କା। ଡେଥ୍‌ଷ୍ଟକର‌୍‌ର ଦ˚ଶନ ଦ୍ବାରା ପ୍ରାପ୍ତ-ବୟସ୍କ ସୁସ୍ଥ-ସବଳ ମଣିଷର ଜୀବନ ନ ଗଲେ ବି ଅତ୍ୟନ୍ତ ଯନ୍ତ୍ରଣା ହୁଏ। ଶିଶୁ ଓ ବୃଦ୍ଧମାନେ ଏହାର ଦ˚ଶନରେ ପ୍ରାଣ ହରାଉଥିବାର ଅନେକ ନଜିର ଅଛି। ଗୋଟିଏ ଡେଥ୍‌ଷ୍ଟକର‌୍‌ଠାରୁ ମାତ୍ର ଦୁଇ ମିଲିଗ୍ରାମ୍‌ର ବିଷ ମିଳେ। କେବଳ ଅଭିଜ୍ଞ ପେସାଦାରମାନେ ହାତ ଦ୍ବାରା ଏହାର ବିଷ ବାହାରକରିପାରନ୍ତି। ଥରେ ବିଷ ବାହାରିଗଲେ, ପୁନଃ ସୃଷ୍ଟି ହେବା ପାଇଁ ଦୁଇ-ତିନି ସପ୍ତାହ ଲାଗିଯାଏ। ମସ୍ତିଷ୍କରେ ହେଉଥିବା ଆବୁ ବା ଟ୍ୟୁମର‌୍‌ର ଚିକିତ୍ସା ପାଇଁ ଏହି ବିଷରେ ଥିବା ଏକ ଉପାଦାନ ବ୍ୟବହୃତ ହେଉଥିବା ଜଣାଯାଏ। ଉଲ୍ଲେଖଯୋଗ୍ୟ ଯେ, ଡେଥ୍‌ଷ୍ଟକର‌୍‌ର ବିଷଠାରୁ ମଧ୍ୟ ଆଉ ଏକ ଦୁର୍ମୂଲ୍ୟ ତରଳ ପଦାର୍ଥ ଅଛି। ତାହା ହେଉଛି, ‘ଗାଲିଲିଓ’ ନାମକ ଅଶ୍ବର ରେତ। ‘ବିଜ୍‌ନେସ୍‌ ଇନ୍‌ସାଇଡର‌୍‌’ରେ ପ୍ରକାଶିତ ଏକ ରିପୋର୍ଟ‌୍‌ ଅନୁଯାୟୀ ‘ଗାଲିଲିଓ’ର ଏକ ଗାଲନ୍‌ ରେତର ମୂଲ୍ୟ ଭାରତୀୟ ମୁଦ୍ରାରେ ୩୫୯ କୋଟି ଛପନ ଲକ୍ଷ ଟଙ୍କା।

The post ୨୮୬ କୋଟି ଟଙ୍କା ମୂଲ୍ୟର ବିଷ! first appeared on Sambad.



from ବିଶେଷ – Sambad https://ift.tt/3i5M9WL

Post a Comment

0 Comments