ସୁଜ୍‌ଦିଲ୍‌ କାକୁଡ଼ି ମହୋତ୍ସବ

ରୁଷିଆର ସୁଜ୍‌ଦିଲ୍‌ ଅଞ୍ଚଳରେ ବର୍ଷରେ ଥରେ ‘କାକୁଡ଼ି ମହୋତ୍ସବ’ ପାଳନ କରାଯାଏ। ଆଜକୁ ପ୍ରାୟ ପାଞ୍ଚ ଶହ ବର୍ଷ ତଳେ ସେହି ଅଞ୍ଚଳରେ କାକୁଡ଼ି ଚାଷ ଆରମ୍ଭ ହୋଇଥିଲା। କାକୁଡ଼ିର ଉତ୍ପତ୍ତି ରୁଷିଆରୁ ବୋଲି ସ୍ଥାନୀୟ ଅଧିବାସୀଙ୍କ ଧାରଣା। କାକୁଡ଼ିଠାରୁ ଅଧିକ ପୁଷ୍ଟିଦାୟକ ଆଉ କିଛି ହୋଇ ନ ପାରେ ବୋଲି ସେମାନେ ବିଶ୍ବାସ କରନ୍ତି। ସେମାନେ କାକୁଡ଼ିକୁ କଞ୍ଚା ଏବ˚ ରାନ୍ଧି ଖାଆନ୍ତି। କାକୁଡ଼ିରେ ରୋଲ୍‌, ପିଜା, ସୁପ୍‌ ଆଦି ତିଆରି କରନ୍ତି। ଭୋଦ୍‌କା ପ୍ରସ୍ତୁତିରେ ବି କାକୁଡ଼ି ବ୍ୟବହାର କରାଯାଏ।

ସୁଜ୍‌ଦିଲ୍‌ ବିଶ୍ବର ଏକ ପ୍ରମୁଖ କାକୁଡ଼ି ଚାଷ ଅଞ୍ଚଳ। ସେଠାକାର ସମସ୍ତ ବାସିନ୍ଦା କାକୁଡ଼ି ଚାଷ ଏବ˚ ଏଥି ସ˚ପର୍କିତ ବିଭିନ୍ନ ବ୍ୟବସାୟ ଉପରେ ନିର୍ଭରଶୀଳ। ‘କାକୁଡ଼ି ମହୋତ୍ସବ’ ଅବସରରେ ଲୋକେ କାକୁଡ଼ି ଭଳି ନିଜକୁ ସଜ୍ଜିତ କରି ପଦାକୁ ବାହାରନ୍ତି। ଚାରି ଆଡ଼େ କୁଢ଼କୁଢ଼ କାକୁଡ଼ି ଦେଖିବାକୁ ମିଳେ। କାକୁଡ଼ି ଖାଇବା ପ୍ରତିଯୋଗିତା ଅନୁଷ୍ଠିତ ହୁଏ ଏବ˚ ବିଜେତାଙ୍କୁ ପୁରସ୍କାରରେ ମିଳେ ସେହି କାକୁଡ଼ି। ମହୋତ୍ସବ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମେ।

The post ସୁଜ୍‌ଦିଲ୍‌ କାକୁଡ଼ି ମହୋତ୍ସବ first appeared on Sambad.



from ବିଶେଷ – Sambad https://ift.tt/3bwcNqs

Post a Comment

0 Comments