
ନେଦର୍ଲାଣ୍ତ୍ର ନିଉ-ଲିକର୍ଲାଣ୍ତ୍ ନାମକ ସହରର ବାସିନ୍ଦା ଦୁଇ ସ˚ପର୍କୀୟ ଭାଇ, ଜଳ ଗଚ୍ଛିତ ରଖିବା ପାଇଁ ଉଦ୍ଦିଷ୍ଟ ଏକ ସୁ-ଉଚ୍ଚ ମିନାରକୁ ନିଜର ସ୍ଥାୟୀ ବାସଭବନରେ ପରିଣତ କରିଛନ୍ତି। ଦୁଇ ଭାଇଙ୍କ ନାମ ସ୍ବେନ୍ ଓ ଲିନାର୍ଟ୍। ଦୁହେଁ ସେହି ଅଞ୍ଚଳରେ ଏକତ୍ର ବଢ଼ି, ବଡ଼ହୋଇଥିଲେ। ଶୈଶବରେ ମିନାର ତଥା ଏହାର ଆଖ-ପାଖ ଅଞ୍ଚଳ ଥିଲା, ସେମାନଙ୍କର ଖେଳ ସ୍ଥାନ। ଅବ୍ୟବହୃତ ସରକାରୀ ମିନାରଟି ବିକ୍ରି ହେବ ବୋଲି ଶୁଣିବା ପରେ ଦୁହେଁ କିଣିବା ପାଇଁ ଆବେଦନ କରିଥିଲେ। କାରଣ, ତା’ ଭିତରେ ବାସକରିବା ଥିଲା ଦୁହିଁଙ୍କର ଶୈଶବର ସ୍ବପ୍ନ। ଦୁଇ ଲକ୍ଷ ୟୁରୋ ବିନିମୟରେ ମିନାରଟି ସେମାନଙ୍କ ମାଲିକାନାକୁ ଆସିବା ପରେ ସେମାନେ ପ୍ରାୟ ଦୁଇ ବର୍ଷ ଶ୍ରମ କରି, ତାହାର ଭିତର ପାଖ ସଜାଇଥିଲେ। ଏବେ ତା’ ଭିତରେ ବାସକରିବା ବେଶ୍ ଆରାମଦାୟକ। ସମସ୍ତ ପ୍ରକାରର ଆଧୁନିକ ବ୍ୟବସ୍ଥା ଅଛି। ଏକ ଅତିଥି ପ୍ରକୋଷ୍ଠ ମଧ୍ୟ ରଖିଛନ୍ତି, ଯାହାକୁ ଭଡ଼ା ଦେଇ ଦୁହେଁ ବେଶ୍ ରୋଜଗାର କରୁଛନ୍ତି।
The post ବିଚିତ୍ର ବାସଭବନ first appeared on Sambad.
from ବିଶେଷ – Sambad https://ift.tt/3oBoRdN
0 Comments