ଧୂମକେତୁ ସଂପର୍କରେ ଜାଣନ୍ତି କି?

ଧୂମକେତୁ ବା ଲାଞ୍ଜିତାରା ଆମ ଆଖିକୁ ଝାପସା ଦିଶୁଥିବା ମହାଜାଗତିକ ବସ୍ତୁ। ସୌରଜଗତ‌ରେ ବହୁ ସ˚ଖ୍ୟକ ଧୂମକେତୁ ନିଜ ନିଜ କକ୍ଷପଥରେ ଘୂରୁଛନ୍ତି। ଅଧିକା˚ଶ ଧୂମକେତୁ ଖାଲି ଆଖିକୁ ଦିଶନ୍ତିନାହିଁ। ଧୂମକେତୁ ପିଣ୍ତଟି ମୁଣ୍ତ ଓ ଲାଞ୍ଜ- ଦୁଇ ଭାଗରେ ବିଭକ୍ତ। ମୁଣ୍ତ ଅ˚ଶରେ କଠିନ ମୃତ୍ତିକା ଓ ଧୂଳି ଥାଏ। ଲାଞ୍ଜ ଅ˚ଶରେ ଆମୋନିଆ, ମିଥେନ୍‌ ଆଦି ବାଷ୍ପ ଏବ˚ ଜଳକଣା ଥାଏ। ନିଜ କକ୍ଷରେ ଗତି କରୁଥିବା ବେଳେ ସୂର୍ଯ୍ୟର ନିକଟବର୍ତ୍ତୀ ହେଲେ ଧୂମକେତୁ ମଧୢରେ ଥିବା ବାଷ୍ପ ଉତ୍ତପ୍ତ ହେବା ସହ ତାହା ଆମ ଆଖିକୁ ଝାପସା ଭାବେ ଜଳୁଥିବା ପରି ଦିଶେ। ଧୂମକେତୁର ଲାଞ୍ଜ ସବୁ ବେଳେ ସୂର୍ଯ୍ୟର ବିପରୀତ ଦିଗରେ ଦେଖାଯାଏ।

୧୬୮୨ରେ ବିଜ୍ଞାନୀ ଏଡ୍‌ମଣ୍ତ୍‌ ହାଲିଙ୍କ ଦ୍ବାରା ଆବିଷ୍କୃତ ଧୂମକେତୁଟି ସବୁଠାରୁ ବଡ଼। ଏହାକୁ ‘ହାଲିଙ୍କ ଧୂମକେତୁ’ କହାଯାଏ। ପ୍ରତି ୭୫-୭୬ ବର୍ଷରେ ଥରେ ଏହା ପୃଥିବୀ ପୃଷ୍ଠକୁ ଦୃଷ୍ଟିଗୋଚର ହୁଏ। ଶେଷ ଥର ପାଇଁ ୧୯୮୬ରେ ଦେଖାଯାଇଥିଲା; ୨୦୬୧ରେ ଦୃଶ୍ୟମାନ ହେବ।

The post ଧୂମକେତୁ ସଂପର୍କରେ ଜାଣନ୍ତି କି? first appeared on Sambad.



from ବିଶେଷ – Sambad https://ift.tt/3nXsNEz

Post a Comment

0 Comments