ଡେରାଡୁନ: ଉତ୍ତରାଖଣ୍ଡର୧୯ବର୍ଷୀୟା ଯୁବତୀ ସୃଷ୍ଟି ଗୋସ୍ବାମୀ ମୁଖ୍ୟମନ୍ତ୍ରୀ ହେବା ଖବରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହି ଖବର ପାଇ ଏତେ କମ ବୟସରୁ ରାଜ୍ୟର ଦାୟିତ୍ବ କିଭଳି ତୁଲାଇବେ ସେ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ତେବେ ୫ବର୍ଷ ପାଇଁ ନୁହେଁ ଗୋଟେ ଦିନ ପାଇଁ ସୃଷ୍ଟି ଗୋସ୍ବାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଜାତୀୟ ବାଳିକା ଶିଶୁ ଦିବସ ଥିବାରୁ ତାଙ୍କୁ ଗୋଟେ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦିଆଯାଇଥିବା ଜଣାପଡ଼ିଛି। ଗୋସ୍ୱାମୀ ୨୦୧୮ମସିହାରୁ ଶିଶୁ ବିଧାନସଭାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି।
ସେ ରାଜ୍ୟର ଗ୍ରୀଷ୍ମ ରାଜଧାନୀ ଗାୟରସେନରୁ ନିଜର ଦାୟିତ୍ବ ପରିଚାଳନା କରିବେ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନାର ସମୀକ୍ଷା କରିବେ। ସେ ସମୀକ୍ଷା କରିବାକୁ ଥିବା ଯୋଜନାଗୁଡ଼ିକ ମଧ୍ୟରେ ଅଟଳ ଆୟୁଷ୍ମାନ ଯୋଜନା, ସ୍ମାର୍ଟ ସିଟି ପ୍ରକଳ୍ପ, ପର୍ଯ୍ୟଟନ ବିଭାଗ ଦ୍ୱାରା ହୋମଷ୍ଟେ ସ୍କିମ୍ ଏବଂ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପ ଅନ୍ତର୍ଭୁକ୍ତ।
ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ କାମ ବିଷୟରେ ତାଙ୍କୁ ସବିଶେଷ ସୂଚନା ଦେବେ। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।
ଏଭଳି ସୁଯୋଗ ପାଇବା ପରେ ନିଜ ପ୍ରତିକ୍ରିୟା ରଖି ସୃଷ୍ଟି କହିଛନ୍ତି ଯେ, ଏହା ସତ ହେଲେ ବି ମୁଁ ଏହାକୁ ବିଶ୍ବାସ କରିପାରୁ ନାହିଁ। ଏହି ସୁଯୋଗ ପାଇ ମୁଁ ବହୁତ ଖୁସି | ଯୁବପିଢ଼ି ମଧ୍ୟ ଲୋକମାନଙ୍କ କଲ୍ୟାଣ କରିବା ସହ ଏତେ ବଡ଼ ପଦ ସମ୍ଭାଳି ପାରିବେ ବୋଲି ପ୍ରମାଣ କରିବାକୁ ମୁଁ ଚେଷ୍ଟା କରିବି।
The post ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ୧୯ବର୍ଷୀୟା ସୃଷ୍ଟି ! first appeared on Sambad.
from ବିଶେଷ – Sambad https://ift.tt/2KDv8Xo
0 Comments