ଶେଯ ପରୀକ୍ଷା!

ବିଶ୍ବରେ ଅନେକ ପ୍ରକାରର ବିଚିତ୍ର କର୍ମ ରହିଛି। ଏଥିରୁ ଗୋଟିଏ ‌ହେଉଛି, ଶେଯ ପରୀକ୍ଷା। ଏହି କାମ କରୁଥିବା ଲୋକଙ୍କୁ ଇଂଲିସ୍‌ରେ ‘ବେଡ୍‌ ଟେସ୍‌ଟର୍‌’ କୁହାଯାଏ। ଏଥି ପାଇଁ ଦୈନିକ ଏକ ହଜାର ପାଉଣ୍ତ୍‌ ପର୍ଯ୍ୟନ୍ତ ମିଳେ। ତେବେ, ଯିଏ ଇଚ୍ଛା ଚାହିଁଲେ, ଏହି କାମ ପାଇବେନାହିଁ। ଏହା ମିଳିବା ଏତେ ସହଜ ନୁହେଁ। କେବଳ ଭଲ ସମୀକ୍ଷା ଲେଖିପାରୁଥିବା ଲୋକଙ୍କୁ ନିଯୁକ୍ତି ମିଳେ। ଆବେଦନ କଲେ, ଲିଖିତ ଓ ସାକ୍ଷାତ୍‌କାର ପରୀକ୍ଷା ନିଆଯାଏ। ମନୋନୀତ ହେଲେ ମଉଜର ସୁଯୋଗ ମିଳେ। ଶେଯ ପରୀକ୍ଷକଙ୍କ କାମ ହେଉଛି, କେବଳ କମ୍ପାନିର ସୋ-ରୁମ୍‌ରେ ଥିବା ମୂଲ୍ୟବାନ୍‌ ଶେଯରେ ଶୋଇବା। ଏକ ମାସ ପର୍ଯ୍ୟନ୍ତ ପ୍ରତି ଦିନ ଶୋଇବା ପରେ ଶେଯର ପ୍ରଚାର ପାଇଁ କିଛି ଲେଖିବାକୁ ପଡ଼େ। ମୂଲ୍ୟବାନ୍‌ ଶେଯରେ ଆନନ୍ଦଦାୟକ ରାତିର ବ୍ୟକ୍ତିଗତ ଅନୁଭୂତି ସଂପର୍କିତ ଆଲେଖ୍ୟ।

The post ଶେଯ ପରୀକ୍ଷା! first appeared on Sambad.



from ବିଶେଷ – Sambad https://ift.tt/3q4zq9t

Post a Comment

0 Comments