ମୁଷ୍ଟିଯୁଦ୍ଧ ସଂପର୍କରେ ଏସବୁ କଥା ଜାଣନ୍ତି କି?

ମୁଷ୍ଟିଯୁଦ୍ଧ ବେଶ୍‌ ପୁରାତନ। ବେଦ, ମହାଭାରତ ଏବ˚ ରାମାୟଣ ଆଦିରେ ଏହାର ଉଲ୍ଲେଖ ଥିବାରୁ, ଏହାର ପ୍ରାଚୀନତା ଅନୁମେୟ। ପ୍ରାଚୀନ ଇଜିପ୍‌ଟ, ସୁମେର ଏବ˚ ମାୟୋନିୟାରେ ଏହା ଏକ ଜନପ୍ରିୟ କ୍ରୀଡ଼ା ଥିଲା; ତେବେ, ଏହାର କୌଣସି ଲିଖିତ ବିବରଣୀ ନାହିଁ। ଖ୍ରୀଷ୍ଟ ପୂର୍ବ ୬୮୮ରେ ଏହା ସମଗ୍ର ଗ୍ରିସ୍‌ରେ ପ୍ରଚଳିତ ଥିବାର ଉଲ୍ଲେଖ ମିଳେ। ପ୍ରାଚୀନ ଗ୍ରିସ୍‌ରେ ଏହାକୁ ‘ପିଗ୍‌ମାସିଆ’ କୁହାଯାଉଥିଲା। ସେହି ସମୟରେ ଅଲିଂପିକ୍‌ କ୍ରୀଡ଼ା ଏବ˚ ଅନ୍ୟ ପ୍ରତିଯୋଗିତାରେ ମୁଷ୍ଟିଯୁଦ୍ଧ ସ୍ଥାନ ପାଉଥିଲା। ପ୍ରାଚୀନ ଗ୍ରିକ୍‌ମାନେ ଏହାର ନିୟମାବଳୀ ପ୍ରସ୍ତୁତ କରିଥିଲେ।

ମୁଷ୍ଟିଯୁଦ୍ଧର ନିୟମ ଏବେ ବି ପୂର୍ବ ପରି ରହିଛି। କିନ୍ତୁ, ସେତେବେଳେ ମୁଷ୍ଟିଯୋଦ୍ଧାମାନେ ‘ଗ୍ଲୋଭ୍‌ସ’ ବଦଳରେ ‘ସିସ୍‌ଟସ୍‌’ ନାମକ ଧାତବ ଦସ୍ତାନା ବ୍ୟବହାର କରୁଥିଲେ। ଧାତବ ଦସ୍ତାନା ମାଡ଼ରେ ଅନେକ ମୁଷ୍ଟିଯୋଦ୍ଧା ପ୍ରାଣ ହରାଇଥିବା ଇତିହାସ କହେ। ରୋମାନ୍‌ ସାମ୍ରାଜ୍ୟର ପତନ ପରେ ମୁଷ୍ଟିଯୁଦ୍ଧ ଲୋକପ୍ରିୟତା ହରାଇଥିଲା। ଅଷ୍ଟାଦଶ ଶତାବ୍ଦୀରେ ପୁନଃ ଉଦ୍ଭବ ହୋଇଥିଲା ଇ˚ଲଣ୍ତ୍‌ରେ।

The post ମୁଷ୍ଟିଯୁଦ୍ଧ ସଂପର୍କରେ ଏସବୁ କଥା ଜାଣନ୍ତି କି? first appeared on Sambad.



from ବିଶେଷ – Sambad https://ift.tt/2LEYTam

Post a Comment

0 Comments