
ବିଷୁବ ମଣ୍ତଳୀୟ ଏବ˚ ନାତିଶୀତୋଷ୍ଣ ଜଳବାୟୁ ଅଞ୍ଚଳର ସମୁଦ୍ରରେ ଦେଖାଯାଉଥିବା ସବୁଠାରୁ ଲମ୍ବା ହାଡ଼ ଥିବା ମାଛ ହେଉଛି ଓର୍ଫିସ୍। ଏହାର ଜୀବନ ବାବଦରେ ସାମୁଦ୍ରିକ ପ୍ରାଣୀ ବିଜ୍ଞାନୀମାନେ ଏ ପର୍ଯ୍ୟନ୍ତ ବିଶେଷ କିଛି ଜାଣିନାହାନ୍ତି। କାରଣ ଏହା ଗଭୀର ସମୁଦ୍ରରେ ବାସକରେ। ସାଧାରଣତଃ ସମୁଦ୍ରର ଉପର ସ୍ତରକୁ ଆସେନାହିଁ। ଛଅ ହଜାର ଫୁଟ୍ ତଳ, ଏହାର ବାସସ୍ଥାନ। କଦବା କେମିତି ଭୟଭୀତ ହେଲେ ବା ଆଗ୍ନେୟଗିରି ଉଦ୍ଗିରଣ ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଲେ ଉପରକୁ ଉଠିଥାଏ। କେବଳ ରାତିରେ ଉପରକୁ ଉଠୁଥିବାରୁ ଏହା ଆଲୋକ ଦ୍ବାରା ଆକର୍ଷିତ ହେଉଥିବା ଅନୁମାନ କରାଯାଏ।
ଓର୍ଫିସ୍ ଲମ୍ବରେ ଷାଠିଏ ଫୁଟ୍ ପର୍ଯ୍ୟନ୍ତ ବଢ଼େ। ୨୦୦୧ରେ ପ୍ରଥମ ଥର ପାଇଁ ଜୀବନ୍ତ ଓର୍ଫିସ୍ର ଫଟୋ ଉଠାଯାଇଥିଲା। ଏହାର ରଙ୍ଗ ଫିକାନୀଳ। ଦେହରେ କଳା କଳା ଚିହ୍ନ ଥାଏ। ଏହା ଫିତା ପରି ଚେପଟା। ମୁଣ୍ତ ଉପରକୁ ଏବ˚ ଲାଞ୍ଜ ତଳକୁ କରି ଏହା ସିଧା ସିଧା ପହଁରେ। ଏହା ଏକଲା ରହୁଥିବା ମାଛ। ଗତ ଶହେ ବର୍ଷ ମଧୢରେ ମଣିଷ ଏହାକୁ ମାତ୍ର ତିନି ଶହ ଥର ଦେଖିଥିବା ଲିପିବଦ୍ଧ। ଆଜି ଯାଏ କେବେ ଜୀବନ୍ତ ଓର୍ଫିସ୍ ଧରାଯାଇନାହିଁ।
The post ସବୁଠାରୁ ଲମ୍ବା ହାଡ଼ ଥିବା ମାଛ ‘ଓର୍ଫିସ୍’ first appeared on Sambad.
from ବିଶେଷ – Sambad https://ift.tt/3s9MagO
0 Comments