ଦଶ ଲକ୍ଷ ଡଲାର୍‌ର କେକ୍‌

ସୁଦୃଶ୍ୟ କଳା-କୃତି ଭଳି ଦିଶୁଥିଲେ ହେଁ ଏଇଟି ପ୍ରକୃତରେ ଖାଦ୍ୟ ଉପଯୋଗୀ ଏକ କେକ୍‌, ଯାହାର ମୂଲ୍ୟ ଦଶ ଲକ୍ଷ ମାର୍କିନ୍‌ ଡଲାର୍‌; ଅର୍ଥାତ୍‌, ଭାରତୀୟ ମୁଦ୍ରାରେ ସାତ କୋଟିରୁ ଅଧିକ ଟଙ୍କା। ଜଣେ ବିତ୍ତଶାଳୀ ପରିବାରର ଏକମାତ୍ର କନ୍ୟାଙ୍କ ବିବାହ ଉପଲକ୍ଷେ ତିନି ଜଣ ଅଭିଜ୍ଞ ପାଚକ ଏକ ସପ୍ତାହ ପରିଶ୍ରମ କରି, କେକ୍‌ଟିକୁ ପ୍ରସ୍ତୁତ କରିଥିବା ପ୍ରକାଶ। ଏହାର ଲମ୍ବ ଛଅ ଫୁଟ୍‌ ଏବଂ ଓଜନ ସତୁରି କିଲୋଗ୍ରାମ୍‌। ଏହାର ପ୍ରତ୍ୟେକଟି ଅଂଶ ଖାଦ୍ୟ ଉପଯୋଗୀ। ଅପେକ୍ଷାକୃତ ମୂଲ୍ୟବାନ ବିଭିନ୍ନ ଖାଦ୍ୟ ସାମଗ୍ରୀରେ କେକ୍‌ଟି ପ୍ରସ୍ତୁତ କରାଯାଇଛି। ତେବେ, ଦୁର୍ମୂଲ୍ୟ ହେବାର କାରଣଟି ଭିନ୍ନ। ଏଥିରେ ଗୁଡ଼ିଏ ମୂଲ୍ୟବାନ ମୁକ୍ତା ଖଞ୍ଜାଯାଇଛି।

The post ଦଶ ଲକ୍ଷ ଡଲାର୍‌ର କେକ୍‌ first appeared on Sambad.



from ବିଶେଷ – Sambad https://ift.tt/39e4tZz

Post a Comment

0 Comments