ବଲିଉଡ୍‌ ଗୀତ ‘ଦିଲ୍‌ ମେ ବଜି ଗିଟାର୍‌’ରେ ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାରେ ଆମେରିକୀୟ ବ୍ୟକ୍ତି, ଏପରି ପ୍ରତିକ୍ରିୟା ଦେଲେ ରି‌ତେଶ ଦେଶମୁଖ

ୱାଶିଂଟନ: ବଲିଉଡ୍‌ ଚଳଚ୍ଚିତ୍ର ଓ ବଲିଉଡ୍‌ ଗୀତର ଯେ ଦୁନିଆ ସାରା ଲୋକ ଦିୱାନା ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଆମେରିକାର ଜଣେ ବ୍ୟକ୍ତି ଏବେ ଏକ ବଲିଉଡ୍‌ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଥିବାର ଭିଡିଓ ଜୋର୍‌ରେ ଭାଇରାଲ୍‌ ହୋଇଛି, ଯାହାକି ଇଣ୍ଟର୍‌ନେଟ୍‌ରେ ଖୁବ୍‌ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।

ବଲିଉଡ୍‌ ଗୀତରେ ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଥିବା ଆମେରିକୀୟ ବ୍ୟକ୍ତି ଜଣକ ହେଉଛନ୍ତି ରିକି ଏଲ୍‌ ପ‌ୋଣ୍ଡ୍‌। ସୋମବାର ରିକି ରିତେଶ ଦେଶ୍‌ମୁଖଙ୍କ ଅଭିନୀତ ୨୦୦୬ ମସିହାର ଚଳଚ୍ଚିତ୍ର ‘ଅପ୍‌ନା ସପ୍‌ନା ମନି ମନି’ର ଲୋକପ୍ରିୟ ଗୀତ ‘ଦିଲ୍‌ ମେ ବଜି ଗିଟାର୍‌’ ତାଳରେ ନାଚୁଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସେ ଭିଡିଓଟିକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରି ଚଳଚ୍ଚିତ୍ରର ଷ୍ଟାର୍‌କାଷ୍ଟ୍‌ଙ୍କୁ ଟ୍ୟ‌ାଗ୍‌ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ପୋଣ୍ଡ୍‌ ଗୀତଟିକୁ ବେଶ୍‌ ଉପଭୋଗ କରି ସେଥିରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି।

ପୋଣ୍ଡ୍‌ଙ୍କର ଏହି ପୋଷ୍ଟ୍‌ରେ ନିଜର ମତ ରଖିଛନ୍ତି ଅଭିନେତା ରିତେଶ ଦେଶମୁଖ। ସେ କହିଛନ୍ତି କି ପୋଣ୍ଡ୍‌ଙ୍କର ଏହି ନୃତ୍ୟ ଭିଡିଓକୁ ସେ ଖୁବ୍ ପସନ୍ଦ ‌କରିଛନ୍ତି । ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୂର୍ବରୁ ମଧ୍ୟ ରିକି ଏଲ୍‌ ପ‌ୋଣ୍ଡ୍ ପୂର୍ବରୁ ମଧ୍ୟ ଅନେକ ବଲିଉଡ୍‌ ଗୀତରେ ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚା ସାଉଁଟିଛନ୍ତି।

ପୂର୍ବରୁ ସେ ୨୦୧୯ ମସିହାରେ ହ୍ରିତିକ୍‌‌ ରୋଶନଙ୍କ ‘ଘୁଙ୍ଗୁର୍‌’ ଗୀତରେ ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାରେ ଥିଲେ। ତା’ପରେ ପରେ ସେ ବିଭିନ୍ନ ବଲିଉଡ୍‌ ଚଳଚ୍ଚିତ୍ର ଗୀତରେ ନାଚୁଥିବାର ଦେଖିବାକୁ ମିଳିଛନ୍ତି।

The post ବଲିଉଡ୍‌ ଗୀତ ‘ଦିଲ୍‌ ମେ ବଜି ଗିଟାର୍‌’ରେ ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାରେ ଆମେରିକୀୟ ବ୍ୟକ୍ତି, ଏପରି ପ୍ରତିକ୍ରିୟା ଦେଲେ ରି‌ତେଶ ଦେଶମୁଖ first appeared on Sambad.



from ବିଶେଷ – Sambad https://ift.tt/35y2MVI

Post a Comment

0 Comments