ଖେଳିବାକୁ ଯାଇ ଶିଶୁ ଘରକୁ ଫେରିଲା ବେଳେ ସାଥୀରେ ନେଇ ଆସିଥିଲା ହରିଣ ଛୁଆ: ମା’ ଦେଖି ‌ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଶିଶୁ ସହିତ ହରିଣ ଛୁଆର ଫଟୋ ଖୁବ ଭାଇରାଲ ହେଉଛି। ଶିଶୁ ଜଣକ ଘର ବାହାରକୁ ଖେଳିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ‌ସେ ଏକ ହରିଶ ଛୁଆ ସହିତ ‌ଖେଳୁଖେଳୁ ତାକୁ ଘରକୁ ନେଇ ଚାଲି ଆସିଥିଲେ।

ଘରେ ପହଞ୍ଚିବା ପରେ ଶିଶୁ ସହିତ ହରିଣ ଛୁଆ ଦେଖି ମା’ ଷ୍ଟେଫନି ବ୍ରାଉନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଫଟୋରେ ଦେଖିବାକୁ ମିଳୁଛି କି ପୁଅ ଡୋମିନିକ ହରିଣ ଛୁଆ ସହିତ ଘର ଦ୍ବାର ପାଖରେ ଛିଡ଼ା ହୋଇଛି।
ମା’ ଷ୍ଟେଫନି ବ୍ରାଉନଙ୍କ କହିବାନୁସାରେ, ସେ ଗତ ମଙ୍ଗଳବାର ଫ୍ରିଜରୁ କିଛି ସାମଗ୍ରୀ ବାହାର କରୁଥିବା ବେଳେ ଏକ ପଶୁ ବୋବାଇବାର ଶବ୍ଦ ଶୁଣିବାକୁ ପାଇଥିଲେ। କ’ଣ ଶବ୍ଦ ହେଉଛି ବୋଲି ଆସି ଦେଖିଲା ବେଳକୁ ତାଙ୍କ ପୁଅ ଏକ ହରିଣ ଛୁଆ ସହିତ ଦ୍ବାର ପାଖରେ ଛିଡ଼ା ହୋଇଥି‌ଲା। ଏ ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ’ଣ କରିବେ କିଛି ବୁଝି ପାରି ନଥିଲେ। ସଙ୍ଗେସଙ୍ଗେ ଫୋନ ଆଣି ପୁଅ ଓ ହରିଣ ଏକାଠି ଛିଡ଼ା ହୋଇଥିବାର ଫଟୋ ଉଠାଇଥିଲେ। ଏହି ଫଟୋକୁ ସଙ୍ଗେସଙ୍ଗେ ସେ ଫେସବୁକରେ ପୋଷ୍ଟ କରି ଦେଇଥିଲେ।

Virginia: Little Boy Befriends Baby Deer In Woods

ଏହାପରେ ଶିଶୁ ଓ ହରିଣ ଏକାଠି ଛିଡ଼ା ହୋଇଥିବାର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାର ଲାଗିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ଫଟୋକୁ ୨୮,୦୦୦ରୁ ଅଧିକ ଥର ସେୟାର କରାଯାଇଥିବା ବେଳେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

The post ଖେଳିବାକୁ ଯାଇ ଶିଶୁ ଘରକୁ ଫେରିଲା ବେଳେ ସାଥୀରେ ନେଇ ଆସିଥିଲା ହରିଣ ଛୁଆ: ମା’ ଦେଖି ‌ହେଲେ ଆଶ୍ଚର୍ଯ୍ୟ first appeared on Sambad.



from ବିଶେଷ – Sambad https://ift.tt/2MAtEhg

Post a Comment

0 Comments