ଡାଆଣୀ କୂପ

ଏସ୍ତୋନିଆର ଉତ୍ତରାଞ୍ଚଳ ଅନ୍ତର୍ଗତ ତୁହାଲାରେ ଥିବା ‘ଡାଆଣୀ କୂପ’ ହଜାର ହଜାର ବର୍ଷ ହେଲା ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ଦୂର-ଦୂରାନ୍ତରର ପର୍ଯ୍ୟଟକଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇରହିଆସିଛି। ଏହି ବିଚିତ୍ର ପ୍ରାକୃତିକ ପରିଘଟନା ଆଜକୁ ପ୍ରାୟ ତିନି ହଜାର ବର୍ଷ ତଳେ ଜଙ୍ଗଲ ଭିତରେ ଆବିଷ୍କୃତ ହୋଇଥିଲା। ଏବେ ପୂର୍ବର ଘଞ୍ଚ ଜଙ୍ଗଲ ଆଉ ନାହିଁ; କିନ୍ତୁ, ଅଢ଼େଇ ମିଟର୍‌ ଗଭୀର କୂପଟି ରହିଛି। ବର୍ଷ ତମାମ ଏହା ଅନ୍ୟ ଯେକୌଣସି ସାଧାରଣ କୂଅ ପରି ଥାଏ। ବର୍ଷା ହେଲେ ତା’ ଭିତରୁ କ୍ରମାଗତ ଭାବେ ପାଣି ବାହାରେ। ଡାଆଣୀମାନଙ୍କ ପାଇଁ ଏ ପରି ଘଟୁଥିବା ସ୍ଥାନୀୟ ଲୋକେ ବିଶ୍ବାସ କରୁଥିବାରୁ ଏହା ‘ଡାଆଣୀ କୂପ’ ଭାବେ ନାମିତ।

Amusing Planet

ପ୍ରଚଳିତ ଲୋକ-ବିଶ୍ବାସ ଅନୁଯାୟୀ, ଡାଆଣୀମାନେ ଭୂଇଁ ତଳେ ଏକତ୍ର ହୋଇ, ବିର୍ଚ‌୍ ଗଛର ଡାଳ ଧରି ପରସ୍ପରକୁ ବାଡ଼େଇଲେ, ଏ ଭଳି ଘଟେ। ହେଲେ, ବୈଜ୍ଞାନିକ ସିଦ୍ଧାନ୍ତ ଅନୁଯାୟୀ, ଭୂଇଁ ତଳେ ପ୍ରବାହିତ ତୁହାଲା ନଦୀ, ବର୍ଷା ଦିନେ ଅଧିକ ଜଳ ଧାରଣ କରିପାରୁ ନ ଥିବାରୁ, ତାହା ଏହି କୂପ ଦେଇ ପ୍ରବାହିତ ହୁଏ। ସ୍ଥାନୀୟ ଲୋକେ କିନ୍ତୁ ଏହାର କୌଣସି ବ୍ୟାଖ୍ୟା ଖୋଜନ୍ତିନାହିଁ। ରହସ୍ୟପୂର୍ଣ୍ଣ ବାତାବରଣରେ ରହିବା ସେମାନଙ୍କର ପସନ୍ଦ। କେହି କେହି ସେଠାରେ ଜଳନ୍ତା ଉଡ଼ନ୍ତା ଦାନବ ଦେଖିଥିବା ଦାବି କରନ୍ତି। ସେମାନେ ଟେରା ନାମା ପ୍ରାଚୀନ ଦେବୀଙ୍କୁ ପୂଜା କରୁଥିବା ଜଣାଯାଏ। ଏସ୍ତୋନୀୟମାନେ ପ୍ରାଚୀନତାକୁ ଭୁଲୁ ନ ଥିବା ଏବ˚ ଅତି ମାତ୍ରାରେ ଭଲପାଉଥିବା ଜାତି। ଏବେ ବି ସେମାନେ ଅନେକ ପ୍ରାଚୀନ ପରମ୍ପରା ଛାଡ଼ିପାରିନାହାନ୍ତି।

The post ଡାଆଣୀ କୂପ first appeared on Sambad.



from ବିଶେଷ – Sambad https://ift.tt/3iQJ1y7

Post a Comment

0 Comments