
ପୃଥିବୀର ବୃହତ୍ତମ ସୁବର୍ଣ୍ଣ ପ୍ରତିମା ବାଂକକ୍ର ଭାଟ୍ ଟ୍ରାଇମିଟ୍ ବୌଦ୍ଧ ମନ୍ଦିରରେ ଦେଖିବାକୁ ମିଳେ। ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ବୁଦ୍ଧ ପ୍ରତିମାର ଉଚ୍ଚତା ୧୦ ଫୁଟ୍ ଏବ˚ ଓଜନ ୫.୫ ଟନ୍।
ଯୁକ୍ତରାଷ୍ଟ୍ର ଆମେରିକାର ମେ˚ଫିସ୍ରେ ରବିବାର ଦିନ ଦୋକାନରୁ ଟେଡି ଭାଲୁ କିଣିବା ବା ୟୋ-ୟୋ ଖେଳିବା ଏକ ଦଣ୍ତନୀୟ ଅପରାଧ।
ବ୍ରିଟିସ୍ ରାଷ୍ଟ୍ରପୁରୁଷ ୱିଲିଅମ୍ ଗ୍ଲାଡଷ୍ଟୋନ୍ ବୟାଅଶୀ ବର୍ଷ ବୟସରେ ଚତୁର୍ଥ ଥର ପାଇଁ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହୋଇଥିଲେ।
ଭେନିସ୍ ହେଉଛି ବିଶ୍ବର ଏକମାତ୍ର ନଗର, ଯାହାର କେନ୍ଦ୍ରାଞ୍ଚଳରେ କୌଣସି ପ୍ରକାରର ମୋଟର୍ ଗାଡ଼ି ଚାଲେନାହିଁ। ସେଠାରେ ସମସ୍ତ ପରିବହନ ଡଙ୍ଗା ମାଧ୍ୟମରେ ହୁଏ।
ବିଶ୍ବର ବୃହତ୍ତମ ପାଠାଗାର ଯୁକ୍ତରାଷ୍ଟ୍ର ଆମେରିକାର ୱାସି˚ଟନ୍ ଡିସିରେ ଅଛି। ତାହାର ନାମ ‘ଦ ଲାଇବ୍ରେରି ଅଫ୍ କ˚ଗ୍ରେସ୍’। ୧୮୦୦ ମସିହାରେ ସ୍ଥାପିତ ପାଠାଗାରରେ ୩୨,୧୨୪,୦୦୧ ପୁସ୍ତକ ଗଚ୍ଛିତ ଅଛି।
The post ଜାଣନ୍ତି କି? first appeared on Sambad.
from ବିଶେଷ – Sambad https://ift.tt/3a1TNO1
0 Comments