ଆଜି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ, ଜାଣନ୍ତୁ ସେ କହିଥିବା ଏହି ସବୁ ଗୁରୁତ୍ବପୂର୍ଣ୍ଣ ବାଣୀ

ଜାନୁଆରି ୧୨ ତାରିଖ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ। ୧୮୬୩ ମସିହା ଏହି ଦିନରେ ସେ ଜନ୍ମଲାଭ କରିଥିଲେ। ଏହିି ଦିନକୁ ଲୋକେ ଯୁବ ଦିବସ ଭାବେ ମଧ୍ୟ ଜାଣନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ନାମ ପାଟିରେ ନେବା ବେଳେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଏ ନିଶ୍ଚୟ। ଆମେରିକାର ଚିକାଗୋ ସହରେ ‘ପ୍ରିୟର ଭାଇ ଓ ଭଉଣୀ’ କହି ନିଜର ଭାଷଣ ଆରମ୍ଭ କରି ବିଶ୍ୱ ଦରବାରରେ ଚାଞ୍ଚଲ୍ୟ ଖେଳାଇଥିବା ବିବେକାନନ୍ଦ ଜୀବନକୁ ନେଇ କିଛି ନୀତିବାଣୀ ଦେଇଛନ୍ତି, ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜରୁରୀ। ଆଜି ତାଙ୍କ ଜନ୍ମଦିନରେ ସେହି ବାଣୀଗୁଡ଼ିକୁ ମନେପକାଇ ଚାଲନ୍ତୁ କାର୍ଯ୍ୟରେ ଲଗାଇବା।

ବିବେକାନନ୍ଦଙ୍କ କହିବା ଅନୁସାରେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ବିଦ୍ୟାର୍ଥୀର ପରିଚୟ ନେଇ ବଞ୍ଚି ଶିଖିବା ଉଚିତ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜୀବନ ମଣିଷକୁ ଶିକ୍ଷା ପ୍ରଦାନ କରିଥାଏ।

Times Now

ସେ ଆହୁରି ବି କହିଛନ୍ତି କି ଗୋଟାଏ ସମୟରେ ଗୋଟାଏ କାମରେ ହିଁ ମନନିବେଶ କରିବା ଉଚିତ। ଫଳରେ ସେହି କାମରେ ସଫଳତା ମଳିବା ସହଜ ହୋଇଥାଏ।

ସ୍ୱାମୀ ବିବେକାନନ୍ଦଙ୍କ ଅନୁଯାୟୀ ଜଣେ ବ୍ୟକ୍ତିକୁ ଭିତରୁ ବାହାର ପର୍ଯ୍ୟନ୍ତ ବିକଶିତ ହେବା ଉଚିତ। ନିଜ ଆତ୍ମା ବ୍ୟତୀତ ଅନ୍ୟ କେହି ତୁମକୁ ଶିକ୍ଷିତ ବନାଇ ପାରିବେ ନାହିଁ।

କୌଣସି କଥାକୁ ନେଇ ବେଶି ଭାବିବା ମନରେ ନକାରାତ୍ମକ ଭାବନା ସୃଷ୍ଟି କରିଥାଏ ବୋଲି ବିବେକାନ୍ଦ କହିଛନ୍ତି।

ସମସ୍ତ ଶକ୍ତି ସବୁ ମଣିଷଙ୍କ ପାଖରେ ରହିଛି। କିଏ କେଉଁ ଶକ୍ତିକୁ କିପରି ବ୍ୟବହାର କରୁୁଛି ତାହା ଉପରେ ଫଳାଫଳ ନିର୍ଭର କରେ।

ସେ ଆହୁରି ବି କହିଛନ୍ତି ଯେ ଚାଲିବା ବାଟରେ ଯଦି କିଛି ସମସ୍ୟା ନଆସେ ତେବେ ବୁଝିଯିବା ଉଚିତ ଯେ ତୁମେ ଏକ ଭୁଲ ରାସ୍ତାରେ ଯାଉଛ।

The post ଆଜି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ, ଜାଣନ୍ତୁ ସେ କହିଥିବା ଏହି ସବୁ ଗୁରୁତ୍ବପୂର୍ଣ୍ଣ ବାଣୀ first appeared on Sambad.



from ବିଶେଷ – Sambad https://ift.tt/2K80aXl

Post a Comment

0 Comments