ଜାତୀୟ ଯୁବ ଦିବସ

୧୯୮୫ରୁ ପ୍ରତି ବର୍ଷ ଜାନୁଆରି ୧୨ରେ ପାଳିତ ହେଉଛି ‘ଜାତୀୟ ଯୁବ ଦିବସ’। ୧୮୬୩ ଜାନୁଆରି ଏହି ଦିନରେ ଜନ୍ମ ହୋଇଥିଲେ ସ୍ବାମୀ ବିବେକାନନ୍ଦ। ଏହି ମହାନ୍‌ ଦାର୍ଶନିକଙ୍କ ଜନ୍ମ ଦିବସକୁ ଯୁବ ଦିବସ ଭାବେ ପାଳନ କରିବା ଲାଗି, ଭାରତ ସରକାର ୧୯୮୪ରେ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ଏ ପ୍ରସଙ୍ଗରେ ସେତେବେଳେ କହାଯାଇଥିଲା- ସ୍ବାମୀଙ୍କ ଆଦର୍ଶ, ଦର୍ଶନ ଓ ଶିକ୍ଷା, ଯେଉଁଥିପାଇଁ ସେ ବଞ୍ଚିଥିଲେ ଏବ˚ କାର୍ଯ୍ୟ କରିଥିଲେ, ଚିରକାଳ ଭାରତୀୟ ଯୁବ ପିଢ଼ିକୁ ଅନୁପ୍ରାଣିତ କରିଚାଲିବ। ବାସ୍ତବରେ ସ୍ବାମୀ ବିବେକାନନ୍ଦ ଆଧୁନିକ ମାନବର ଆଦର୍ଶ ପ୍ରତିନିଧି। ବିଶେଷତଃ, ଭାରତୀୟଙ୍କ ଯୁବ ପିଢ଼ି ପାଇଁ ତାଙ୍କଠାରୁ ବଡ଼ ନେତା ଆଉ କେହି ହୋଇ ନ ପାରନ୍ତି। ସେ, ଆମକୁ କିଛି ଏ ଭଳି ଦେଇଯାଇଛନ୍ତି, ଯାହା ଉତ୍ତରାଧିକାର ସୂତ୍ରରେ ଆମକୁ ପ୍ରାପ୍ତ ଏବ˚ ଆମ ଭିତରେ ପର˚ପରାଗତ ସ୍ବାଭିମାନ ଜାଗ୍ରତ କରିବାକୁ ଉଦ୍ଦିଷ୍ଟ। ଏବର ବିଶୃଙ୍ଖଳିତ ସମୟରେ ସ୍ବାମୀଜିଙ୍କ ଆଦର୍ଶ ହିଁ ଆମ ଯୁବ ପିଢ଼ି ମଧ୍ୟରେ ସକାରାତ୍ମକ ଚେତନା ଓ ବିଚାର ଭରିବାରେ ସମର୍ଥ ହେବ। ଏହି ପବିତ୍ର ଆତ୍ମାଙ୍କ ଜନ୍ମ ଦିବସ ଅବସରରେ, ତାଙ୍କ ଆଦର୍ଶ ଅନୁଯାୟୀ ନିଜକୁ ପରିଚାଳିତ କରିବା ପାଇଁ ପ୍ରତିଜ୍ଞା, ଏହି ଦିବସ ପାଳନର ଲକ୍ଷ୍ୟ ହେଉ।

ସମଗ୍ର ଦକ୍ଷିଣ ଏସିଆରେ ଚାଷ ହେଉଥିବା ‘ଘୋସ୍‌ଟ ଜୋଲୋକିୟା ପିପର୍‌’ ବିଶ୍ବର ସବୁଠାରୁ ରାଗୁଆ ଲଙ୍କା। ଏହାକୁ ‘ନାଗ ଜୋଲୋକିଆ’ ମଧୢ କହାଯାଏ। ଉଲ୍ଲେଖନୀୟ ଯେ, ଅସାମାଜିକଙ୍କ କବଳରୁ ରକ୍ଷା ପାଇବା ପାଇଁ ଯେଉଁ ‘ପିପର‌୍‌ ସ୍ପ୍ରେ’ ବ୍ୟବହାର କରାଯାଏ, ତାହାଠାରୁ ମଧୢ ଏହା ଅଧିକ କଡ଼ା। ଏଥିରୁ ସାମାନ୍ୟ ପେଟ ଭିତରକୁ ଗଲେ, ସମଗ୍ର ଶରୀର ପୋଡ଼ିଗଲା ଭଳି ଲାଗେ। ଏହା ସହ ଯାହାର ପେଟ ଅପରିଚିତ, ଏହାକୁ ହଠାତ୍‌ ଖାଇବା ବିପଜ୍ଜନକ ହୋଇପାରେ। ଏହାକୁ ମାତ୍ର ଗୋଟିଏ ମିନିଟ୍‌ ପାଟିରେ ରଖିଲେ ପଚାଶ ଲକ୍ଷ ସ୍କୋଭିଲ୍‌ ତାତି ଉତ୍ପନ୍ନ ହୁଏ।

The post ଜାତୀୟ ଯୁବ ଦିବସ first appeared on Sambad.



from ବିଶେଷ – Sambad https://ift.tt/35xvPci

Post a Comment

0 Comments