
ପ୍ରତି ବର୍ଷ ଜାନୁଆରି ୨ ତାରିଖରେ ପାଳନ କରାଯାଉଛି ‘ବଫେ ଡେ’। ଷୋଡ଼ଶ ଶତାବ୍ଦୀରେ ସ୍ବିଡେନ୍ରେ ବଫେ ବା ବୁଫେ ବା ବଫେଟ୍ ବା ବୁଫେଟ୍ର ଉତ୍ପତ୍ତି ହୋଇଥିଲା। ଖାଦ୍ୟ ପୂର୍ବରୁ ଏକ ପ୍ରକାରର ସ୍ଥାନୀୟ ସୁରା ଏକତ୍ର ପାନ କରିବା ପାଇଁ ସ୍ବିଡିସ୍ମାନେ ବଫେ ଟେବଲ୍ ସୃଷ୍ଟି କରିଥିଲେ, ଯାହାକୁ ସେମାନଙ୍କ ଭାଷାରେ କହାଯାଏ ‘ସ୍ମର୍ଗେସ୍ବୋର୍ଡ୍’। ‘ବଫେ’ ମୂଳତଃ ଏକ ଫ୍ରେଞ୍ଚ୍ ଶବ୍ଦ। ଏହା ମଧ୍ୟ ଖାଦ୍ୟ ପରଷିବା ପାଇଁ ଉଦ୍ଦିଷ୍ଟ ଲମ୍ବା ଟେବଲ୍। ୧୯୩୯ରେ ନିଉ ୟର୍କ୍ରେ ଅନୁଷ୍ଠିତ ଏକ ବିଶ୍ବସ୍ତରୀୟ ଉତ୍ସବରେ ସ୍ବିଡିସ୍ ପାଚକ ଦଳ ବହୁ ସ˚ଖ୍ୟକ ଅଣ-ସ୍ବିଡିସ୍ଙ୍କ ପାଇଁ ‘ସ୍ମର୍ଗେସ୍ବୋର୍ଡ୍’ରେ ଖାଦ୍ୟର ବ୍ୟବସ୍ଥା କରିବା ସହ, ଏହି ଶୈଳୀର ଭୋଜନ ଲୋକପ୍ରିୟତା ହାସଲ କରିଥିଲା। ଆଉ ‘ବଫେ’ ଶବ୍ଦଟି ଉଚ୍ଚାରଣ କରିବା ସହଜ ହୋଇଥିବାରୁ, ‘ସ୍ମର୍ଗେସ୍ବୋର୍ଡ୍’ ତୁଳନାରେ ଅଧିକ ଆଦୃତ ହୋଇଥିଲା।
The post ଆଜି ବଫେ ଡେ, ଜାଣନ୍ତୁ ଇତିହାସ first appeared on Sambad.
from ବିଶେଷ – Sambad https://ift.tt/2MiykrW
0 Comments