
୨୦୧୨ରୁ ଜାନୁଆରି ୨ ତାରିଖରେ ବିଶ୍ବ ସ୍ତରରେ ‘ବିଜ୍ଞାନ ଉପନ୍ୟାସ ଦିବସ’ ବା ‘ସାଇନ୍ସ ଫିକ୍ସନ୍ ଡେ’ ପାଳନ କରାଯାଉଛି। ଏହା ବିଜ୍ଞାନ ଔପନ୍ୟାସିକ ଓ ଗାଳ୍ପିକ ଆଇଜାକ୍ ଆସିମୋଭ୍ଙ୍କ ଜନ୍ମ ଦିନ। ସେ ‘ଆଧୁନିକ ବିଜ୍ଞାନ ଉପନ୍ୟାସ’ର ଜନକ ଭାବେ ଜଣାଶୁଣା। ସେ ପାଞ୍ଚ ଶହରୁ ଅଧିକ ବିଜ୍ଞାନ ପୁସ୍ତକର ରଚୟିତା ଓ ସ˚ପାଦକ। ସେ ଯୁକ୍ତରାଷ୍ଟ୍ର ଆମେରିକାରେ ବଢ଼ିଥିଲେ। ଆଧୁନିକ ବିଜ୍ଞାନ ଉପନ୍ୟାସକୁ ନୂଆ ରୂପ ଓ ଦିଗ ଦେଇଥିଲେ। ତାଙ୍କ ସ˚ପର୍କରେ ଏକ ଉଲ୍ଲେଖନୀୟ କଥା ହେଉଛି, ସେ ବିମାନରେ ଯାତ୍ରା କରିବାକୁ ଭୟ କରୁଥିଲେ। ନିଜ ଜୀବନ କାଳରେ ମାତ୍ର ଦୁଇ ଥର ବିମାନ ଯାତ୍ରା କରିଥିଲେ। ପୁଣି, ସେ ସର୍ବଦା ବନ୍ଦ କୋଠରିରେ ରହିବାକୁ ଭଲପାଉଥିଲେ। ତାଙ୍କ ବାବଦରେ ଅଧିକ ଜାଣିବା ତଥା ବିଜ୍ଞାନ ଉପନ୍ୟାସ ପଢ଼ିବା, ଏହି ଦିବସ ପାଳନର ଲକ୍ଷ୍ୟ।
The post ବିଜ୍ଞାନ ଉପନ୍ୟାସ ଦିବସ first appeared on Sambad.
from ବିଶେଷ – Sambad https://ift.tt/383ZMC7
0 Comments